![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅଗଷ୍ଟ ୧ ତାରିଖରେ ଭାରତରେ ଆୟୋଜିତ ବିଶ୍ୱର ସର୍ବବୃହତ୍ ଅନ୍ଲାଇନ ହାକାଥନର ଗ୍ରାଣ୍ଡ ଫିନାଲେକୁ ଉଦ୍ଘାଟନ କରିବେ । ଏହା ଭିଡିଓ କନଫରେନ୍ସ ବ୍ୟବସ୍ଥାରେ ପରିଚାଳିତ ହେବ ।
![](https://i0.wp.com/kalingajyoti.com/wp-content/uploads/2020/07/PM-Modi-speech-2.jpeg?resize=426%2C257&ssl=1)
ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି କହିଛନ୍ତି ଯେ, ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୦ (ସଫ୍ଟୱେୟାର)ର ଗ୍ରାଣ୍ଡ ଫିନାଲେ ଆସନ୍ତା ଅଗଷ୍ଟ ପହିଲାରୁ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଦ୍ୱାରା ଏହି ହାକାଥନ ଆୟୋଜିତ ହେଉଛି । ଏଆଇସିଟିଇ, ପର୍ସିସଟେଣ୍ଟ ସିଷ୍ଟମ ଏବଂ ଆଇ-୪ସି ସଂସ୍ଥା ଏଥିପାଇଁ ବୈଷୟିକ ସହାୟତା ଯୋଗାଉଛି ।
![](https://kalingajyoti.com/wp-content/uploads/2020/07/ht.jpg)
ମନ୍ତ୍ରୀ ଶ୍ରୀ ନିଶଙ୍କ ଆଜି ଏହି ହାକାଥନ ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହା ପୂର୍ବରୁ ଆୟୋଜିତ ହାକାଥନଗୁଡିକର ସଫଳତା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।
![](https://i0.wp.com/kalingajyoti.com/wp-content/uploads/2020/07/HackathonIllustration.jpg?resize=431%2C241&ssl=1)
ଏହି ବୈଠକରେ ଉଚ୍ଚଶିକ୍ଷା ସଚିବ ଅମିତ ଖରେ, ଏଆଇସିଟିଇର ଅଧ୍ୟକ୍ଷ ଅନିଲ ଶହସ୍ରବୁଦ୍ଧେ, ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ଅତିରିକ୍ତ ସଚିବ ରାକେଶ ରଂଜନ ତଥା ମନ୍ତ୍ରାଳୟର ମୁଖ୍ୟ ଇନୋଭେଟିଭ ଅଧିକାରୀ ଅଭୟ ଜେରେ ପ୍ରମୁଖ ଯୋଗଦେଇଥିଲେ ।