![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ରାଜ୍ୟର ଦୈନିକ ବୃଦ୍ଧି ୫.୯୧ %, ଭୁବନେଶ୍ବରରେ ୭.୯୮%
ତ୍ରିନାଥ ବସ୍ତିରୁ ୪୪ ପଜିଟିଭ୍ ଚିହ୍ନଟ
ସୁସ୍ଥ ହେଲେଣି ହଜାରରୁ ଅଧିକ ରୋଗୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୮/୦୭: ରାଜଧାନୀରେ କରୋନା ରୋଗୀଙ୍କ ସଂଖ୍ୟା ୨ ହଜାର ଟପିଛି। ଗତ ୨୭ ଦିନରେ ୧୮୧୮ଜଣ ରୋଗୀ ଚିହ୍ନଟ ହେବା ପରେ ସଂଖ୍ୟା ୨୧୫୦ରେ ପହଞ୍ଚିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ରାଜ୍ୟରେ କରୋନାର ଦୈନିକ ବୃଦ୍ଧି ହାର ୫.୯୧ ପ୍ରତିଶତ ଥିବା ବେଳେ ଭୁବନେଶ୍ବରରେ ଏହା ରହିଛି ୭.୯୮ ପ୍ରତିଶତ। ରାଜଧାନୀରେ କରୋନା ସଂଖ୍ୟା ଏଥିରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସ୍ପଷ୍ଟ ହୋଇଯାଇଛି।
![](https://i0.wp.com/kalingajyoti.com/wp-content/uploads/2020/07/vbb.jpg?resize=392%2C294&ssl=1)
ବିଶେଷକରି ବସ୍ତି ଅଞ୍ଚଳ ରାଜଧାନୀ ପାଇଁ ମୁଣ୍ଡବଥାର କାରଣ ପାଲଟିଛି। ଗୋଟିଏ ପରେ ଗୋଟିଏ ବସ୍ତିରେ କରୋନା ମାଡ଼ି ଚାଲିଛି। ବସ୍ତିରେ ସାମାଜିକ ଦୂରତ୍ବ ନ ଥିବା ଓ ଲୋକମାନେ ଲକ୍ଡାଉନ୍କୁ ମାନୁ ନ ଥିବାରୁ କାରଣରୁ ଏଭଳି ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। କରୋନା ପାଇଁ ବିଏମ୍ସିର ସବୁପ୍ରକାର ରଣନୀତି ବସ୍ତି ଅଞ୍ଚଳରେ ବିଫଳ ହୋଇଛି। ବସ୍ତିକୁ ବାଦ୍ ଦେଲେ ସରକାରୀ ଓ ଘରୋଇ ହସ୍ପିଟାଲଗୁଡ଼ିକ ଗୋଟିଏ ଗୋଟିଏ ହଟସ୍ପଟ୍ ପାଲଟିଛନ୍ତି। ଗତ ୨୪ ଘଣ୍ଟାରେ ରାଜଧାନୀରୁ ୧୫୯ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ୧୧୮ଜଣ ସଙ୍ଗରୋଧରୁ ଓ ୪୧ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ସଙ୍ଗରୋଧରୁ ନୂଆପଲ୍ଲୀସ୍ଥିତ ତ୍ରିନାଥ ବସ୍ତିରୁ ସର୍ବାଧିକ ୪୪ ମହିଳା ଚିହ୍ନଟ ହୋଇଛନ୍ତି। ପୂର୍ବରୁ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସି ଏମାନେ ଆକ୍ରାନ୍ତ ହୋଇଥିବା କୁହାଯାଇଛି।
![](https://kalingajyoti.com/wp-content/uploads/2020/07/rtxbk8y-e1497244629857-1024x576.jpg)
ଏହାବାଦ୍ ଆଇଗିଣିଆ ଆଳୁଗଦିରୁ ୨୦ଜଣ ଓ ଖାରବେଳ ନଗର ଅଞ୍ଚଳରୁ ୧୩ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଅନ୍ୟ ଚିହ୍ନଟଙ୍କ ମଧ୍ୟରୁ ଅଧିକାଂଶ କଣ୍ଟାକ୍ଟ କେସ୍ ରହିଛି। ସେହିପରି ସଙ୍ଗରୋଧରୁ ଚିହ୍ନଟ ୪୧ ଜଣଙ୍କ ମଧ୍ୟରୁ ୩୬ ଜଣଙ୍କ କୌଣସିପ୍ରକାର ଯାତ୍ରା ଇତିହାସ କିମ୍ବା କାହା ସଂସ୍ପର୍ଶରେ ଆସି ନ ଥାଇ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମାତ୍ର ୫ଜଣ ହଟସ୍ପଟ୍ ଜିଲ୍ଲାକୁ କିଛି ଦିନ ପୂର୍ବରୁ ଗସ୍ତ କରିଥିବା କୁହାଯାଇଛି। ତେବେ କୌଣସି ଯାତ୍ରା ଇତିହାସ କିମ୍ବା ସଂସ୍ପର୍ଶରେ ନ ଆସି ପଜିଟିଭ୍ ଚିହ୍ନଟ ହେବା ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏଭଳି ସଂକ୍ରମଣ ରାଜଧାନୀରେ ଗୋଷ୍ଠୀ ସଂକ୍ରମଣକୁ ଏକପ୍ରକାର ଖୋରାକ ଯୋଗାଇଛି।
![](https://i0.wp.com/kalingajyoti.com/wp-content/uploads/2020/07/download-27.jpg?resize=405%2C227&ssl=1)
ଅପରପକ୍ଷରେ ରାଜଧାନୀରୁ ୧୦୨ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦୧୧ରେ ପହଞ୍ଚିଛି। ଏବେ ୧୧୨୫ଜଣ ଆକ୍ରାନ୍ତଚିକିତ୍ସିତ ହେଉଛନ୍ତି। ଖୋର୍ଧା ଜିଲ୍ଲାରେ କରୋନା ରୋଗୀଙ୍କ ସୁସ୍ଥ ହାର ୪୭ ପ୍ରତିଶତ ରହିଥିବା ବେଳେ ଭୁବନେଶ୍ବରରେ ଏହା ୪୬.୪ ପ୍ରତିଶତ ରହିଛି।