![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୮/୦୭ : ମିଡ୍ ଡେ ମିଲ୍(ଏମ୍ଡିଏମ୍) ରାସନ୍ ସହ ସ୍କୁଲ ପିଲାଙ୍କୁ ଦିଆଯିବ ଆଇରନ୍ ଫୋଲିକ୍ ଏସିଡ୍ ଟାବଲେଟ୍। ଏହି ଟାବଲେଟ୍ ବାଣ୍ଟିବା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଏମ୍ଡିଏମ୍ ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ। ଶିକ୍ଷକମାନେ ପିଲାଙ୍କୁ ଆଇରନ୍ ଫୋଲିକ୍ ଏସିଡ୍ ଟାବଲେଟ୍ ବାଣ୍ଟିବେ। ଜୁଲାଇ ଓ ଅଗଷ୍ଟ ମାସ ଲାଗି ପ୍ରତି ପିଲା ପିଛା ୧୦ଟି ଟାବଲେଟ୍ ଦିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ପିଲାଙ୍କ ଅପପୃଷ୍ଟି ଓ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ପାଇଁ ଏହି ଟାବ୍ଲେଟ୍ ଦିଆଯିବ।
![](https://i0.wp.com/kalingajyoti.com/wp-content/uploads/2020/07/mnm.jpg?resize=387%2C268&ssl=1)
ମହାମାରୀ ‘କରୋନା’ ପାଇଁ ଏବେ ସ୍କୁଲ ବନ୍ଦ ରହିଛି। ସ୍ଥିତିକୁ ଦେଖିଲେ କେବେ ଖୋଲିବ ତାହା ଜଣାପଡ଼ୁନାହିଁ। ଏପରି ସ୍ଥିତିରେ ପିଲାମାନଙ୍କ ଭବିଷ୍ୟତ କଣ ହେବ? ସେମାନେ କେମିତି ପାଠ ପଢ଼ିବେ? ଏହାର ସମାଧାନର ରାସ୍ତା ବାହାର କରିଛନ୍ତି ସରକାର। ପିଲାମାନଙ୍କ ପାଖରେ ବହି ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି। ଏପରିକି ମଧ୍ୟାହ୍ନ ଭୋଜନ ବାବଦକୁ ଅର୍ଥ ମଧ୍ୟ ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାର ବ୍ୟବସ୍ଥା କରୁଛନ୍ତି। ଏବେ ପିଲାଙ୍କୁ ମିଡ୍ ଡେ ମିଲ୍ ରାସନ୍ ସହ ଆଇରନ୍ ଫୋଲିକ୍ ଏସିଡ୍ ଟାବଲେଟ୍ ବାଣ୍ଟିବା ପାଇଁ ଯୋଜନା କରିଛନ୍ତି। ଶିକ୍ଷକମାନେ ଏହି ଟାବ୍ଲେଟ୍ ବାଣ୍ଟିବେ। ଏନେଇ ଜିଲ୍ଲାପାଳଙ୍କୁ ଚିଠି ହୋଇଛି।
![](https://kalingajyoti.com/wp-content/uploads/2020/07/mnmi.jpg)
ମଧ୍ୟାହ୍ନ ଭୋଜନ ରାସନ ସହ ପିଲାଙ୍କୁ ଦିଆଯିବ ଆଇରନ୍ ଫୋଲିକ୍ ଏସିଡ୍ ଟାବଲେଟ୍ । ଆଇରନ୍ ଫୋଲିକ୍ ଏସିଡ୍ ଟାବେଲଟ୍ ବାଣ୍ଟିବା ଲାଗି ଜିଲ୍ଲାପାଳମାନଙ୍କୁ ଚିଠି ଦେଇଛନ୍ତି ମଧ୍ୟାହ୍ନ ଭୋଜନର ରାଜ୍ୟ ନୋଡାଲ୍ ଅଫିସର ଗଙ୍ଗାଧାର ସାହୁ । ପିଲାଙ୍କୁ ଆଇରନ୍ ଫୋଲିକ୍ ଏସିଡ୍ ଟାବଲେଟ୍ ବାଣ୍ଟିବେ ଶିକ୍ଷକ। ଜୁଲାଇ ଓ ଅଗଷ୍ଟ ମାସ ଲାଗି ପ୍ରତି ପିଲା ପିଛା 10ଟି ଟାବଲେଟ୍ ଦିଆଯିବ ।
ସୂଚନାଯୋଗ୍ୟ, ଲକ୍ଡାଉନ୍ ଯୋଗୁଁ ସ୍କୁଲ ବନ୍ଦ ଥିଲେ ବି ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ 57 ଦିନର ମଧ୍ୟାହ୍ନ ଭୋଜନ ମିଳିବ । ଜୁନ୍ 14ରୁ ଅଗଷ୍ଟ 31 ଯାଏ 57 ଦିନର ମଧ୍ୟାହ୍ନ ଭୋଜନ ଭତ୍ତା ପାଇବେ ଛାତ୍ରଛାତ୍ରୀ। ସ୍କୁଲରେ ଗଚ୍ଛିତ ଥିବା ଚାଉଳ ସେମାନଙ୍କୁ ମିଳିବ। ସେହିପରି ରନ୍ଧା ଖର୍ଚ୍ଚ ଅଭିଭାବକଙ୍କ ଆକାଉଣ୍ଟକୁ ପଠାଯିବ । ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଏହି ଚାଉଳ ପ୍ରଦାନ କରିବେ । ଯେଉଁଠି ଚାଉଳ ସରି ଯାଇଥିବ ବା କମ୍ ଥିବ ସେଠାରେ ଛାତ୍ରଛାତ୍ରୀଙ୍କୁ କୁପନ ମିଳିବ। ଏହି କୁପନ ଦେଖାଇ ସେମାନେ ପିଡିଏସ୍ ସେଣ୍ଟରରୁ ଚାଉଳ ନେଇପାରିବେ। ଅନ୍ୟ ପକ୍ଷେ ଯେଉଁ ସ୍କୁଲରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଚାଲିଛି, ଉକ୍ତ ସ୍କୁଲ ପ୍ରଧାନଶିକ୍ଷକ ସେହି କେନ୍ଦ୍ରକୁ ମଧ୍ୟାହ୍ନ ଭୋଜନ ଚାଉଳ ବିକି ପାରିବେ। ଚାଉଳ ବିକ୍ରି ଲବ୍ଧ ଅର୍ଥ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଶିକ୍ଷକମାନେ ଜମା କରିବେ ବୋଲି ଚିଠିରେ ନିର୍ଦ୍ଦେଶ ରହିଛି।