ବ୍ଲମବର୍ଗ କରୋନା ଭାଇରସ୍ ଟ୍ରାକର କହିଲା, ବିଶ୍ୱରେ ସବୁଠୁ ଦ୍ରୁତ ଗତିରେ ଭାରତରେ ବଢୁଛି ସଂକ୍ରମଣ : ଦିନକୁ ପାଖାପାଖି ୫୦ ହଜାର ସଂକ୍ରମିତ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୭:ଦେଶରେ ବଢିଚାଲିଛି କରୋନା ସଂକ୍ରମଣ । ଗତ ୭ ଦିନର ତଥ୍ୟ କହୁଛି, ପ୍ରତିଦିନ ପ୍ରାୟ ୫୦ହଜାର ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ବ୍ଲୁମବର୍ଗ କରୋନା ଭାଇରସ ଟ୍ରାକର ତଥ୍ୟ ଅନୁସାରେ, ଗତ ସପ୍ତାହରେ ପାଖାପାଖି ୨୦ ପ୍ରତିଶତ ହାରରେ ସଂକ୍ରମଣ ବଢୁଛି । ଯାହା ଏବେ ୧୪ଲକ୍ଷ ପାର କରିସାରିଛି । ଭାରତରେ ନୂଆ ମାମଲାରେ ହେଉଥିବା ସଂଖ୍ୟା ବୃଦ୍ଧି ଦ୍ରୁତତମ ବୋଲି ଜଣାପଡିଛି ।
![](https://i0.wp.com/kalingajyoti.com/wp-content/uploads/2020/07/images-19.jpg?resize=404%2C269&ssl=1)
କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ, କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହାର ଧୀରେ ଧୀରେ କମୁଛି। ବର୍ତ୍ତମାନ ଏହି ହାର ୨.୨୮ ପ୍ରତିଶତରେ ରହିଛି। ବିଶ୍ବର ସବୁଠୁ କମ୍ ମୃତ୍ୟୁ ହାର ଥିବା ଦେଶଗୁଡ଼ିକ ତାଲିକାରେ ରହିଛି ଭାରତ। ନମୁନା ପରୀକ୍ଷା ବଢ଼ାଯିବା ସହିତ ପ୍ରଭାବୀ ରଣନୀତି ଯୋଗୁ ଏହା ସମ୍ଭବ ହୋଇଛି ବୋଲି କୁହାଯାଇଛି। ପ୍ରଥମ ଥର ପାଇଁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନମୁନା ପରୀକ୍ଷା ସଂଖ୍ୟା ୫ ଲକ୍ଷ ଟପିଛି। ସେହିଭଳି ଦେଶରେ ଆରୋଗ୍ୟ ହାର ନିରବଚ୍ଛିନ ଭାବେ ବଢ଼ି ଚାଲିଛି। ଫଳରେ ଦେଶରେ ଉକ୍ତ ରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୯ ଲକ୍ଷ ଟପିଛି। କ୍ରମାଗତଭାବେ ଗତ ୪ ଦିନ ହେଲା ଦେଶରେ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୦ ହଜାରରୁ ଅଧିକ ରହିଛି।
![](https://kalingajyoti.com/wp-content/uploads/2020/07/blm.png)
ଗତ ୨୪ ଘଣ୍ଟା ମଧ୍ୟରେ ୩୧ହଜାର ୯୯୧ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଆରୋଗ୍ୟଙ୍କ ସଂଖ୍ୟା ୯ ଲକ୍ଷ ଟପିବା ଫଳରେ ଆରୋଗ୍ୟ ହାର ଏବେ ୬୪ ପ୍ରତିଶତରେ ପହଞ୍ଚିଛି। ଦେଶରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୯ ଲକ୍ଷ୧୭ହଜାର ୫୬୭ ଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୮୫ହଜାର ୧୧୪ ରହିଛି।
![](https://i0.wp.com/kalingajyoti.com/wp-content/uploads/2020/07/download-1-10.jpg?resize=392%2C281&ssl=1)
ତେଣୁ ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୪ଲକ୍ଷ ୩୨ହଜାର ୪୫୩ ଅଧିକ ହେଲାଣି। ଉଭୟ ଡାକ୍ତରଖାନା ଏବଂ ଘରେ ରୋଗୀମାନଙ୍କୁ ଚିକିତ୍ସା ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।