କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୮: ସଜେଇ ହେଉଛି ଅଯୋଧ୍ୟା। ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ ପାଇଁ ତୈୟାର ହେଉଛି ଶ୍ରୀରାମଙ୍କ ସହର। ମନ୍ଦିର ଚାରିପଟକୁ ବିଭିନ୍ନ ରଙ୍ଗ ବେରଙ୍ଗରେ ସଜା ଯାଉଛି। ତାସହ ସହରର ଗଳି କନ୍ଧିରେ ଏବେ ରାମଙ୍କ ଗାଥାକୁ ଚିତ୍ରରେ ଅଙ୍କା ଯାଉଛି।
ପ୍ରଭୁ ଶ୍ରୀରାମଙ୍କ ଜନ୍ମଠୁ ରାମାୟଣର ବିଭିନ୍ନ କାହାଣୀକୁ ଲୋକେ ଯେପରି ପ୍ରତି ମୁହୂର୍ତ୍ତରେ ଅନୁଭବ କରିବେ ସେ ନେଇ କଳାକାର ତା ତୂଳୀରେ ଚିତ୍ର କରୁଛି। ସେହିପରି ଆସନ୍ତା ୫ ତାରିଖରେ ଭୂମି ପୂଜନ ବେଳେ ଲକ୍ଷାଧିକ ଲଡ଼ୁ ଭୋଗ ଲାଗିବା ନେଇ ପ୍ରସ୍ତୁତ କରାଯାଉଛି। ବିଭିନ୍ନ ଛାଉଣୀରେ ଏବେ ଲଡ଼ୁ ପ୍ରସ୍ତୁତ କରିବାରେ ଲୋକେ ଲାଗିଛନ୍ତି।ଇତିମଧ୍ୟରେ ରାମଲଲାଙ୍କୁ ୧ଲକ୍ଷ ୧୧ହଜାର ଲଡ଼ୁରେ ଭୋଗ ଚଢ଼ାଯିବ। ଅଯୋଧ୍ୟାର ମଣିରାମଦାସ ଛାଉଣୀରେ ଏହି ଲଡ଼ୁ ପ୍ରସ୍ତୁତ କରାଯାଉଛି। ଏହାକୁ ଏକ ଷ୍ଟିଲ୍ ଡ଼ବାରେ ଭର୍ତ୍ତି କରାଯାଇ ଅଯୋଧ୍ୟା ଓ ଅନ୍ୟ ତୀର୍ଥକ୍ଷେତ୍ରରେ ବଣ୍ଟନ କରାଯିବ ବୋଲି ଜଣାପଡ଼ିିଛି ଭୂମି ପୂଜନ ଦିନ ୧୧୧ଟି ଥାଳିରେ ସଜ୍ଜିତ ଏହି ଲଡ଼ୁ ପ୍ରଭୁ ଶ୍ରୀରାମଙ୍କ ଦରବାରକୁ ପଠାଯିବ।ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ନବବଧୂ ଭଳି ସଜେଇ ହୋଇଛି ଆଯୋଧ୍ୟା। ଭୂମିପୂଜା ଦିନ ରାମଲଲାଙ୍କ ପିନ୍ଧିବା ବସ୍ତ୍ର ମଧ୍ୟ ତିଆରି ହୋଇସାରିଛି। । ଅନ୍ୟପଟେ ଅଯୋଧ୍ୟାର ସାଜସଜ୍ଜାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଏହାକୁ ତ୍ରେତୟା ଯୁଗ ଭଳିି ସଜାଇ ଦିଆଯାଉ। ଏଥିସହ ଅଗଷ୍ଟ ୫ରେ ଏଠାରେ ଦୀପାବଳି ମନାଇବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି।
ଆସନ୍ତା ୫ରେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ କରିବେ। ଯେଉଁଠି ୨୨ କିଲୋର ରୂପା ଇଟା ଦ୍ୱାରା ଶିଳାନ୍ୟାସ ହେବ। ଭୂମି ପୂଜନରେ ସାମଜିକ ଦୂରତାକୁ ଅଧିକ ଫୋକସ୍ ଦିଆଯିବ। ଭୂମି ପୂଜନ ପାଇଁ କେଉଁଭଳି ପ୍ରସ୍ତୁତି ଚାଲିଛି, ତାହା ଦେଖିବା କେନ୍ଦ୍ରୀୟ ଟିମ୍ ଅଯୋଧ୍ୟା ପହଞ୍ଚିଛନ୍ତି। ଏହା ପୂର୍ବରୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଓ ପ୍ରଭାରୀ ନୀଳକଣ୍ଠ ତିୱାରୀ ମଧ୍ୟ ଅଯୋଧ୍ୟା ଯାଇଛନ୍ତି।
ବହୁ ପ୍ରତିକ୍ଷୀତ ଆଯୋଧ୍ୟାରେ ରାମଲଲାଙ୍କ ପାଇଁ ଏବେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା ସହ ଶିଳାନ୍ୟାସ କରିବେ।