କଳିଙ୍ଗ ଜ୍ୟୋତି ବ୍ୟୁରୋ ଧୂଷୁରି ୦୧/୦୮: ବିରିୟାନୀ ଖାଇବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଉଭୟ ପକ୍ଷର 8 ଗୁରୁତର, 5 ମଟର ସାଇକେଲ ଭଙ୍ଗାରୁଜା. ଗୁରୁତର ମାନେ ମେଡିକାଲ ରେ ଭର୍ତ୍ତି. ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ଗ୍ରାମରେ ବିରିୟାନୀ ଖାଇବାକୁ କେନ୍ଦ୍ର କରି ଏଭଳି ତୁମୁଳ କାଣ୍ଡ ଘଟିଛି ।
ସୂଚନା ଅନୁଯାୟୀ, ଉକ୍ତ ଗ୍ରାମରେ ଏକ ଉଠା ଦୋକାନ ରେ ବିରିୟାନୀ ବିକ୍ରି କରାଯାଉଥିବା ବେଳେ କୌଣସି କାରଣରୁ ପ୍ରତିପକ୍ଷ ଦୋକାନ କୁ ଆସି ଗଣ୍ଡଗୋଳ କରିଥିଲେ. ପରେ ସମଧାନ ହେବା ନେଇ ବୈଠକ ବସିଥିବା ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା. ଉଭୟ ପକ୍ଷରୁ ଟେକା ପଥର ଫିଙ୍ଗାଯିବା ସହ, ବାଡ଼ିରେ ପିଟା ପିଟି ହୋଇଥିଲେ. ଏଥିରେ ଉଭୟ ପକ୍ଷରୁ ଘର ଦ୍ୱାର ଭଙ୍ଗାଯିବା ସହ 5 ଟି ମୋଟରସାଇକେଲ ଭଙ୍ଗା ରୁଜା ହୋଇଛି ।
ଉଭୟ ପକ୍ଷରୁ ବାଡ଼ି ଓ ଟେକାପଥର ରେ ଆକ୍ରମଣ ଯୋଗୁଁ ଏଥିରେ 8 ଜଣ ଗୁରୁତର ହୋଇଛନ୍ତି. ଗୁରୁତର ମାନେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି. କେଉଁ କାରଣରୁ ଏଭଳି ଘଟଣା ଘଟିଲା, କେବଳ ବିରିୟାନୀ ଖାଇବାକୁ ନେଇ ନା ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା ଥିଲା. ଯାହାକୁ ନେଇ ଘଟଣା ସ୍ଥଳରେ ଧୂଷୁରୀ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ତେବେ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି