ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୩/୦୮ : ଲିପୁଲେଖ ଅଞ୍ଚଳ ଭାରତ, ନେପାଳ ଓ ଚୀନ୍ ସୀମାକୁ ମିଶାଉଥିବା ସ୍ଥାନ, ଯାହାକି ଗତ କିଛି ଦିନ ଧରି ବେଶ୍ ଚର୍ଚ୍ଚାର ପରିସରରେ ରହିଛି। ଚୀନର ଏକ ବାଟାଲିୟନ ଅର୍ଥାତ ୧ ହଜାର ସୈନିକ ସେଠାରେ ମୁତୟନ ଅଛନ୍ତି। ଭାରତ ମଧ୍ୟ ନିଜର ସେହି ପରିମାଣ ସୈନିକ ସେଠାରେ ମୁତୟନ କରିଛି। ଲଦାଖରେ ଚୀନ ନିଜର ସୈନିକଙ୍କୁ ପଛକୁ ହଟାଇବାର କଥା ଯଦିଓ କହୁଛନ୍ତି କିନ୍ତୁ ଲିପୁଲେଖ ଅଞ୍ଚଳରେ ଏଲଏସି ପାର ପାଖରେ ୧ ହଜାର ସୈନିକ ମୁତୟନ କରିଦେଇଛି।
ଯେତେବେଳେ ଲଦାଖରେ ଆଲୋଚନା ପରେ ଦୁଇ ଦେଶର ସୈନିକ ଧୀରେ ଧିରେ ପଛକୁ ଯାଉଥିଲେ ସେତେବେଳେ ଚୀନ୍ ଲିପୁଲେଖରେ ନୂଆ ଚାଲ୍ ଖେଳିଛି। ପ୍ରାୟ ୪୫ ବର୍ଷ ପରେ ୧୫ ଜୁନରେ ସୀମାରେ ହୋଇଥିଲା ଦୁଇ ଦେଶର ସୈନିକଙ୍କ ଭିତରେ ହିଂସାକାଣ୍ଡ, ଯେଉଁଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ଚୀନର ମରିଥିଲେ ୪୦ ଜଣ ସୈନିକ। ଭାରତ ଓ ଚୀନ୍ ଭିତରେ ପ୍ରାୟ ୩ ମାସ ହେବ ଲଦାଖକୁ ନେଇ ବିବାଦ ଲାଗି ରହିଛି।