![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/sdfh.jpg?resize=279%2C180)
ନୂଆଦିଲ୍ଲୀ, ୨୭।୬: ଜୁଲାଇ ୫ରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଏହି ଉପଛାୟା ଚନ୍ଦ୍ରଗ୍ରହଣ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ୟୁରୋପ ଏବଂ ଆଫ୍ରିକାର କେତେକ ଅଞ୍ଚଳରେ ଦୃଷ୍ଟିଗୋଚର ହେବ। ଏହା ଏସିଆ ମହାଦେଶରେ ଦୃଶ୍ୟମାନହେବ ନାହିଁ। ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ନ ହେଉଥିବାରୁ ସୂତକର ଆବଶ୍ୟକତା ନାହିଁ। ଦେବନୀତିରେ କୌଣସି ବାଧା ନାହିଁ ବୋଲି କାଶୀର ଜ୍ୟୋତିଷ ଗଣେଶ ଶର୍ମା କହିଛନ୍ତି। ତେବେ ଗ୍ରହଣପରେ ଘର ସଫା କରାଯାଇପାରେ। ଚନ୍ଦ୍ରଗ୍ରହଣ ପୂର୍ବାହ୍ନ ୮ଟା ୩୮ ମିନିଟରୁ ୧୧ଟା ୨୧ ମିନିଟ ପର୍ଯ୍ୟନ୍ତ ଜାରି ରହିବ। ଗ୍ରହଣର ଅଧିକ ପ୍ରଭାବ ୯ଟା ୫୯ ମିନିଟରେ ଅନୁଭୁତ ହେବ।