![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ, ୨୭/୦୬ : ଗତକାଲି ସୋସିଆଲ୍ ମିଡିଆରେ ଗୁଗୁଲ ପେ’ ଆପ୍ ବ୍ୟାନ୍ ହେବା ଖବର ଭାଇରାଲ୍ ହେବା ଦେଖିବାକୁ ମିଳିଥିଲା। ଏହା ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଅଧୀନରେ ଆସୁନାହିଁ ବୋଲି କୁହାଯାଇଥିଲା। ହେଲେ ଏହି ଖବରକୁ ନିଜେ ଏନପିସିଆଇ ମଧ୍ୟ ଖଣ୍ଡନ କରିଛି। ଗୁଗୁଲ୍ ପେ’ ତରଫରୁ କୁହାଯାଇଛି ଯେ, ଏହା ଏକ ତୃତୀୟ ପକ୍ଷ ଆପ୍। ଅନ୍ୟ ଆପ୍ ଭଳି ଏହା ୟୁପିଆଇ ପେମେଣ୍ଟ ସେବା ପ୍ରଦାନ କରୁଛି। ଯାହାକି ସମୂର୍ଣ୍ଣ ଭାବେ ଆରବିଆଇ ଓ ଏନପିସିଆଇର ଗାଇଡଲାଇନ୍ ପାଳନ କରୁଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହି ଖବର ପରେ ଲୋକମାନେ ଆଶ୍ୱସ୍ତ ହୋଇଛନ୍ତି। ପୂର୍ବରୁ ଗୁଗୁଲ୍ ପେ’ ବନ୍ଦ ହେବା ଖବର ପାଇବା ପରେ ଲୋକମାନେ ଡରିଯାଇ ନିଜ ଫୋନରୁ ଏହି ଆପ୍ ଡିଲେଟ୍ କରୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ କମ୍ପାନି ତରଫରୁ ଏହି ଖବର ମିଳିବା ପରେ ଲୋକମାନେ ଆଶ୍ୱସ୍ତ ଅନୁଭବ କରିଛନ୍ତି। ମୋବାଇଲ୍ ସାହାଯ୍ୟରେ ଟଙ୍କା ଦେଣନେଣ କରୁଥିବା ଗୁଗୁଲ ପେ’ ଆପକୁ ଆରବିଆଇ ବ୍ୟାନ୍ କରିବା ଖବରକୁ କମ୍ପାନି ଖଣ୍ଡନ କରିଛି । ଏହି ଆପ ସାହାଯ୍ୟରେ ଟଙ୍କା ଦେଣନେଣ କରିବା ସମୂର୍ଣ୍ଣ ସୁରକ୍ଷିତ ବୋଲି କମ୍ପାନି କହିଛି।