କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୮: କୁଳଭୂଷଣ ଯାଦବଙ୍କ ପାଇଁ ଜଣେ ଓକିଲ ନିଯୁକ୍ତ କରିବା ଲାଗି ଭାରତୀୟ ସରକାରୀ କର୍ତ୍ତୃପକ୍ଷଙ୍କୁ ଅନୁମତି ଦେବାକୁ ସୋମବାର ଦିନ ଇସ୍ଲାମାବାଦ ହାଇକୋର୍ଟ ପାକିସ୍ତାନ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଯାଦବ କିଂବା ଭାରତ ସରକାରଙ୍କ ସମ୍ମିତି ବିନା ପୂର୍ବରୁ ପାକିସ୍ତାନ ସରକାର ଯାଦବଙ୍କ ପାଇଁ ଜଣେ ଓକିଲ ନିଯୁକ୍ତ କରିଥିଲା।
ଏହି ମାମଲା ସଂକ୍ରାନ୍ତ ଶୁଣାଣି ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ମେ ୨୦ ତାରିଖରେ ପାକିସ୍ତାନ ସରକାର ‘ଇଣ୍ଟର୍ନ୍ୟାସ୍ନାଲ୍ କୋର୍ଟ ଅଫ୍ ଜଷ୍ଟିସ୍ ରିଭିଉ ଆଣ୍ଡ୍ କନ୍ସିଡରେସନ୍ ଅର୍ଡିନାନ୍ସ୍ ୨୦୨୦’ ନାମକ ଅଧ୍ୟାଦେଶ ଅନୁମୋଦନ କରିବାର କିଛି ଦିନ ପରେ ଆଜିର ଶୁଣାଣି ଅନୁଷ୍ଠିତ ହୋଇଥିଲା।
ଅଧ୍ୟାଦେଶ ଅନୁସାରେ, ବିଧିବଦ୍ଧ ଭାବେ ଏହି ଅଧ୍ୟାଦେଶ ଘୋଷିତ ହେବାର ୬୦ ଦିନ ମଧ୍ୟରେ ପାକିସ୍ତାନ ସାମରିକ ଅଦାଲତଙ୍କ ନିଷ୍ପତ୍ତିର ସମୀକ୍ଷା ନିମନ୍ତେ ଇସ୍ଲାମାବାଦ ହାଇକୋର୍ଟରେ ଦରଖାସ୍ତ କରିହେବ।
ବିରୋଧୀ ବେଞ୍ଚ୍ଙ୍କ ପାଟିତୁଣ୍ଡ ଓ ପ୍ରତିବାଦ ମଧ୍ୟରେ ଏ ସପ୍ତାହ ପ୍ରାରମ୍ଭରେ ‘ଲୋଅର୍ ହାଉସ୍ ଅଫ୍ ନ୍ୟାସ୍ନାଲ୍’ରେ ଏହି ଅଧ୍ୟାଦେଶ ପାରିତ ହୋଇଥିଲା। ୨୦୧୭ରେ ପାକିସ୍ତାନ ସାମରିକ ଅଦାଲତ ଦେଇଥିବା ମୃତ୍ୟୁ ଦଣ୍ଡାଦେଶ ବିପକ୍ଷରେ ସମୀକ୍ଷା ଆବେଦନ କରିବାକୁ ଏହି ଅଧ୍ୟାଦେଶ ଯାଦବଙ୍କୁ ଅନୁମତି ଦେଇଥିଲା।
ଗୁପ୍ତଚରଗିରି ଏବଂ ଆତଙ୍କବାଦ ଅଭିଯୋଗରେ ୨୦୧୭ରେ ପାକିସ୍ତାନ ସାମରିକ ଅଦାଲତ ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀ ୫୦ ବର୍ଷିୟ ଯାଦବଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ।