ଭୁବନେଶ୍ୱରରୁ ଆଉ ୯ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୮୩କୁ ବୃଦ୍ଧି

0 244
greentech

ରାଜଧାନୀରେ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ୍। ଶନିବାର ଆଉ ୯ ପଜିଟିଭ୍ ଚିହ୍ନଟ ହେବା ସହିତ ଭୁବନେଶ୍ୱର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮୩କୁ ବୃଦ୍ଧି ପାଇଛି। ଏନେଇ ବିଏମସି ଟୁଇଟ୍ କରି ସୂଚନା ଦେଇଛି।

ଆଜି ନୂଆକରି ଚିହ୍ନଟ ହୋଇଥିବା ୯ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ଜଣେ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଆଉ ବାକି ୮ ଜଣ ଆକ୍ରାନ୍ତ ଲୋକାଲ୍ କେସ୍ ବୋଲି ଜଣାପଡ଼ିଛି।

ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ମହିଳା ଜଣକର ବୟସ ୨୬ ବର୍ଷ ହୋଇଥିବାବେଳେ ସେ ଏୟାରପୋର୍ଟ କଲୋନୀରେ ରହୁଥିଲେ। ସେହିପରି ଭୁବନେଶ୍ୱରର ଶିରିପୁର ନିକଟରୁ ୪ ଟି ଲୋକାଲ୍ କେସ, ଆରବିଆଇ ଅଫିସର ଜଣେ ଘରୋଇ ସିକ୍ୟୁରିଟି ଅଧିକାରୀ ଓ ୩ ଜଣ ଘରୋଇ ହସ୍ପିଟାଲ କର୍ମଚାରୀ ପଜିଟିଭ୍ ହୋଇଛନ୍ତି।ଅନ୍ୟପଟେ ରାଜଧାନୀର ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବୋଲି ବିଏମସି ସୂଚନା ଦେଇଛି।

ରାଜଧାନୀରେ ଏବେ ୨୮୩ ଜଣ ଆକ୍ରାନ୍ତ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୧୪୮ ଜଣ ସୁସ୍ଥ ହୋଇସାରିଲେଣି। ସେହିପରି ୩ ଜଣ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଥିବାବେଳେ ଏବେ ବି ୧୩୧ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ବିଏମସି ସୂଚନା ଦେଇଛି।

Leave A Reply

Your email address will not be published.

1 × three =

error: Content is protected !!
Open chat