କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୮: ଲେବାନନର ରାଜଧାନୀ ବିରୁଟରେ ଶକ୍ତିଶାଳୀ ବିଷ୍ପୋରଣ ହେବା ଫଳରେ ୭୮ ଜଣଙ୍କର ମୃତ୍ୟୁ ହୋଇଥିବା ସହିତ ଶତାଧିକ ଗୁରୁତର ହୋଇଥିବା ବେଳେ ୪ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଏଠାରେ ଦୁଇଟି ବିସ୍ଫୋରଣ ହୋଇଥିଲା, ଗୋଟିଏ ଛୋଟ ଏବଂ ଅନ୍ୟଟି ବହୁତ ବଡ। ସହରବାସୀଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଏବଂ ସୋସିଆଲ ମିଡିଆରେ ସେୟାର କରାଯାଇଥିବା, ବିସ୍ଫୋରଣ ଭିଡ଼ିଓ ଏତେ ଶକ୍ତିଶାଳୀ ଥିଲା ଯେ, ସାରା ସହରରେ ଏହା ପ୍ରଭାବରେ ଝରକାଗୁଡ଼ିକ ଭାଙ୍ଗିଯାଇଥିଲା ଏବଂ ଅନେକ କିଲୋମିଟର ବ୍ୟାସାର୍ଦ୍ଧରେ ଆପାର୍ଟମେଣ୍ଟଗୁଡ଼ିକର ବାଲକୋନି ଭୁଶୁଡି ପଡିଥିଲା।
ଲେବାନନର ପ୍ରଧାନମନ୍ତ୍ରୀ ହାସନ ଡିଆବ କହିଛନ୍ତି ଯେ, ବିରୁଟ ବନ୍ଦରରେ ବିସ୍ଫୋରଣ ଘଟିଥିବା ବେଳେ ଆନୁମାନିକ ୨୭୫୦ ଟନ୍ ଆମୋନିଅମ୍ ନାଇଟ୍ରେଟ୍ ରେ ନିଆଁ ଲାଗିଥିଲା। ସେ କହିଛନ୍ତି ଯେ କେମିକାଲ୍ ଛଅ ବର୍ଷ ଧରି ଗୋଦାମରେ ଅସୁରକ୍ଷିତ ଭାବରେ ରହିଥିଲା ଏବଂ ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଦଣ୍ଡ ମିଳିବ।
ମଙ୍ଗଳବାର ଦିନ ଲେବାନାନର ରାଜଧାନୀ ବେରୁଟରେ ଦୁଇଟି ବଡ଼ ବିସ୍ଫୋରଣର ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆକାଶରେ ବହୁତ ଉପର ଯାଏଁ ଧୂଆଁ ଖେଳିଗଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ଏହି ବିସ୍ଫୋରଣରେ 30 ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ 2750 ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ବେରୁଟର ସ୍ୱାସ୍ଥ୍ୟମନ୍ତ୍ରୀ ହମାଦ ହାସନ ଏହି ସୂଚନା ଦେଇଛନ୍ତି। ହାସନ୍ କହିଛନ୍ତି ଯେ ପ୍ରାଥମିକ ସୂଚନା ଅନୁଯାୟୀ ବେରୁଟ ବିସ୍ଫୋରଣରେ 27 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2750 ରୁ ଅଧିକ ଆହତ ହୋଇଛନ୍ତି। ଦେଖନ୍ତୁ ବିସ୍ଫୋରଣ ସମୟର ଭିଡିଓ-
15 ମିନିଟରେ ବେରୁଟରେ ଦୁଇଟି ବିସ୍ଫୋରଣ ହୋଇଥିଲା। ଏଥି ମଧ୍ୟରୁ ଗୋଟିଏ ପୋର୍ଟରେ ଏବଂ ଅନ୍ୟଟି ବେରୁଟ ସହରରେ ଘଟିଥିଲା। ଦ୍ୱିତୀୟ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାର ବିସ୍ଫୋରଣ ସାରା ସହରରେ ଶବ୍ଦ ଶୁଣାଗଲା। ରଏଟର୍ସ ଲେବାନାନର ରାଜ୍ୟ ସମ୍ବାଦ ଏଜେନ୍ସି ଏନଏନଏକୁ ଉଦ୍ଧୃତ କରି କହିଛି ଯେ ଏହି ବିସ୍ଫୋରଣ ପୋର୍ଟ ଅଞ୍ଚଳରେ ଘଟିଛି ଯେଉଁଠାରେ ଗୋଦାମରେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିଲା। ତେବେ ବିସ୍ଫୋରଣର କାରଣ କ’ଣ କିମ୍ବା ଗୋଡାଉନରେ କେଉଁ ପ୍ରକାର ବିସ୍ଫୋରକ ଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।