କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୮: ଔଷଧ ଉତ୍ପାଦନକାରୀ ସଂସ୍ଥା ଲୁପିନ ଆଜି କରୋନା ଔଷଧ ବାହାର କରିଛି। କରୋନା ପାଇଁ ଫଳପ୍ରଦ ହେଉଥିବା ଫାଭିପିରାଭିର ଔଷକୁ ଉକ୍ତ କମ୍ପାନୀ କୋଭିହଲ୍ଟ ବ୍ରାଣ୍ଡ ନାଁରେ ବଜାରକୁ ଛାଡ଼ିଛି। ମାଇଲ୍ଡ ଓ ମୋଡରେଟ କରୋନା ରୋଗୀଙ୍କ ପାଇଁ ବାହାରିଥିବା ଏହି ଔଷଧର ପ୍ରତି ଟ୍ୟାବଲେଟର ମୂଲ୍ୟ ୪୯ ଟଙ୍କା।
ଡିଜିସିଆଇ ପକ୍ଷରୁ ଫାଭିପିରଭିରକୁ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ଦେଇଥିବା ଲୁପିନ ପକ୍ଷରୁ କୁହାଯାଇଛି। କୋଭିଡ ହଲ୍ଟ କରୋନା ରୋଗୀଙ୍କୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି। ପ୍ରତି ଟ୍ୟାବଲେଟ ହେଉଛି ୨୦୦ ଏମଜି। ଗୋଟିଏ ଷ୍ଟ୍ରିପରେ ୧୦ଟି ଟ୍ୟାବଲେଟ ରହିଛି। ଗୋଟିଏ ଟ୍ୟାବଲେଟର ମୂଲ୍ୟ ୪୯ ଟଙ୍କା।
ଏହାପୂର୍ବରୁ ଅଗଷ୍ଟ ୪ରେ ସନ୍ ଫାର୍ମାସିଟିକାଲ ଇଣ୍ଡଷ୍ଟ୍ରୀ ଫାଭିପିରାଭିରକୁ ଫ୍ଲୁଗାର୍ଡ ନାଁରେ ବଜାରକୁ ଛାଡ଼ିଥିଲା। ଏହାର ପ୍ରତି ଟ୍ୟାବଲେଟର ମୂଲ୍ୟ ୩୫ ଟଙ୍କା ରହିଥିଲା।