ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୮ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । କରୋନା ଲଢ଼େଇରେ ସାମିଲ ହୋଇଥିବା ସମସ୍ତ କରୋନା ଯୋଦ୍ଧାଙ୍କ ପାଇଁ ୧ମିନିଟ ନୀରବ ପ୍ରାର୍ଥନା କରିବା ନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିିଥିଲେ । ଆଜି ଓଡିଶାର ପୁରପଲ୍ଲୀରେ ଆୟୋଜିତ ହୋଇଛି ଏହି ନିରବ ପ୍ରାର୍ଥନା। ଏହି କ୍ରମରେ ଆଜି ରାଜ୍ୟ ସଚିବାଳୟର ବିଭିନ୍ନ ବିଭାଗ, ବିଭିନ୍ନ ନିର୍ଦ୍ଦେଶାଳୟ, ଜିଲ୍ଲା ଅଫିସ ପ୍ରଭୁତିରେ କର୍ମଚାରୀମାନେ ଏହି ନିରବ ପ୍ରାର୍ଥନାରେ ଭାଗ ନେଇଥିଲେ। ଆଜି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ସଂଧ୍ୟା ୬ଟା ବେଳେ ସାରା ଓଡିଶା ଗୋଟିଏ ମିନିଟ ପାଇଁ ନିରବି ଯାଇଥିଲା। ନିରବ ପ୍ରାର୍ଥନା ପରେ ମୁଖ୍ୟମନ୍ତ୍ରୀ ଶପଥପାଠ କରାଇଥିଲେ। ଏଥିରେ ସମସ୍ତେ ଟେଲିଭିଜନ ଏବଂ ସାମାଜିକ ଗଣମାଧ୍ୟମରୁ ସିଧାପ୍ରସାରଣ ଦେଖି ଏହି ଶପଥ କରିଥିଲେ।
ଏହାପରେ ମୁଖ୍ୟମନ୍ତ୍ରୀ ପୂରା ରାଜ୍ୟକୁ କୋଭିଡ୍ ଯୋଦ୍ଧାଙ୍କୁ ସହଯୋଗ ଓ ସମ୍ମାନ କରିବା ଲାଗି ଶପଥ ପାଠ କରାଇଛନ୍ତି। ଏହି ଶପଥ ପାଠରେ କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟକୁ ଉଚ୍ଚପ୍ରଶଂସା ସହିତ ସେମାନଙ୍କ କାର୍ଯ୍ୟରେ ସହଯୋଗ ଏବଂ ଲୋକଙ୍କ ଜୀବନର ସୁରକ୍ଷା ପାଇଁ ଜାରି ହୋଇଥିବା ସମସ୍ତ କୋଭିଡ ନିୟମକୁ କଡାକଡି ଭାବରେ ପାଳନ ପାଇଁ ସଂକଳ୍ପ ନିଆ ଯାଇଥିଲା। ଏହି ଶପଥରେ କୁହାଯାଇଥିଲା-
ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଦିଆଯାଇଥିବା ଆହ୍ବାନକୁ ସମର୍ଥନ କରି ଟ୍ୱିଟରେ ମାଧ୍ୟମ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ଉଚ୍ଚପ୍ରଶଂସା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଗତକାଲି କହିଥିଲେ, ଏହି ଯୁଦ୍ଧରେ ଆମ ପରିବାର ଓ ଆମର ସୁରକ୍ଷା ପାଇଁ କୋଭିଡ୍ ନିୟମାବଳୀର କଡ଼ାକଡ଼ି ପାଳନ ଲାଗି ଏହି ଶପଥପାଠ ଦାୟିତ୍ବବାନ ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଦେବ। ଏଥିସହିତ କୋଭିଡ୍ ଯୋଦ୍ଧାମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର୍ଯ୍ୟକୁ ସମର୍ଥନ ଦେବା ତଥା ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଦାୟିତ୍ବ ପାଳନ କରିବା ପାଇଁ ଏହା ଶ୍ରେଷ୍ଠ ମାର୍ଗ । ରାଜ୍ୟବାସୀ ଏହି ଲଢେଇରେ ସାମିଲ ହୋଇଛନ୍ତି।