ରାଜଗାଙ୍ଗପୁର : ଡାଲମିଆ ସିମେଣ୍ଟ ଲିମିଟେଡ଼ରେ କରୋନା କଟକଣାର ଚରମ ଅବହେଳା

0 1,772
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଜଗାଙ୍ଗପୁର ୦୫/୦୮: ଦିନକୁ ଦିନ ବଢି ଚାଲିଛି କରୋନା ର ତାଣ୍ଡବ ।କେହି ବାଦ ପଡୁନାହାନ୍ତି ତା କବଳରୁ।ସ୍ଥିତି ଅସମ୍ଭାଳ ହେଲାଣି ସରକାରକଂ ଲକଡାଉନ ,ସଟଡାଉନ ସତ୍ୱେ ମଧ୍ୟ ଜନସାଧାରଣ ସୁରକ୍ଷିତ ନାହାନ୍ତି ।ଲକ୍ଷଣ ନଥାଇ ମଧ୍ୟ ଆକ୍ରାନ୍ତ ହେଉଛନ୍ତି।ରାଜଗାଙ୍ଗପୁର ରେ ମଧ୍ୟ କରୋନାର ପ୍ରକୋପ ବଢିଚାଲିଛି।କିଛି ଦିନ ପୂର୍ବରୁ ଡୁଡ଼ି ,ମାଲିଡିହି ରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।ଯାହା ଫଳରେ ଡୁଡି, ମାଲିଡିହି ଓ ଆଖ ପାଖ ଅଞ୍ଚଳର ଓ ସି ଏଲ ରେ କାମ କରୁଥିବା ଲୋକଙ୍କୁ କାରଖାନା ରେ ପ୍ରବେଶ ନିମନ୍ତେ କଟକଣା ଜାରି କରାଯାଇଥିଲା।ଲିପଲୋଇ ରେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଲିପଲୋଇ ରେ ଥିବା କର୍ମଚାରୀ ଙ୍କୁ କାମ ବନ୍ଦ କରି ଦିଆଯାଇଥିଲା।

କିନ୍ତୁ ଓ ସି ଏଲ କଲୋନି ରେ ଆକ୍ରାନ୍ତ ଚିନ୍ହଟ ହୋଇଥିଲେ ମଧ୍ୟ ଏଠି ରହୁଥିବା କର୍ମଚାରୀ ଙ୍କୁ କାମ ବନ୍ଦ କରାଯାଇନାହିଁ ।ସରକାର ଙ୍କ ନିୟମ ଏଠି ଫିକା ପଡିଯାଇଛି ।ଲକଡାଉନ ସଟଡାଉନ ର ନିୟମ ଏଠି ଦେଖିବାକୁ ମିଳୁନି।ରାଜଗାଙ୍ଗପୁର ରେ କରୋନା ଚିନ୍ହଟ ହୋଇଥିବା ଲିପଲୋଇ ଓ ତାଲକି ପଡା ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା।କିନ୍ତୁ ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ଼ ରେ କରୋନା ରେଆକ୍ରାନ୍ତ ହୋଇଥିବା ସଂଖ୍ୟା ଦିନକୁ ଦିନ ବଢିଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଓ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ।

କମ୍ପାନୀ କର୍ତ୍ତୃପକ୍ଷ କମ୍ପାନୀ ର ଲାଭ ପାଇଁ ସାଧାରଣ କର୍ମଚାରୀ ମାନଙ୍କ ଜୀବନ କୁ ବାଜିରେ ଲଗାଇବାକୁ ପଚାଉନାହାନ୍ତି।

Leave A Reply

Your email address will not be published.

four × 4 =

error: Content is protected !!
Open chat