ଗୁଜରାଟର ଅହମଦାବାଦସ୍ଥିତ କୋଭିଡ୍-୧୯ ଶ୍ରେ’ ହସ୍ପିଟାଲ୍ରେ ଭୀଷଣ ଅଗ୍ନିକାଣ୍ଡ : ୮ ମୃତ , ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଅହମଦାବାଦ ୦୬/୦୮: ଗତ ରାତିରେ ଗୁଜରାଟର ଅହମଦାବାଦସ୍ଥିତ ଏକ ଘରୋଇ କୋଭିଡ୍-୧୯ ହସ୍ପିଟାଲ୍ରେ (ଶ୍ରେ’)ଭୀଷଣ ଅଗ୍ନିକାଣ୍ଡ ଘଟି ଅନ୍ୟୂନ ୮ଜଣ ରୋଗୀ ପ୍ରାଣ ହରାଇଛନ୍ତି। ଅହମଦାବାଦର ନବରଙ୍ଗପୁର ଅଞ୍ଚଳରେ ଅବସ୍ଥିତ ଉକ୍ତ ହସ୍ପିଟାଲ୍ର ଚତୁର୍ଥ ତାଲାରେ ନିଆଁ ଲାଗିଥିଲା।
ଅଗ୍ନିକାଣ୍ଡ ପରେ ପରେ ଅନ୍ୟ ୩୫ଜଣ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାମାନଙ୍କୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରଖାନାର ଇେଣ୍ଟେନ୍ସିଭ୍ କେୟାର୍ ୟୁନିଟ୍ରେ ଲାଗିଥିବା ନିଆଁକୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଆୟତ୍ତ କରିଥିବା ଜଣାପଡ଼ିଛି। ରାତି ପ୍ରାୟ ୨: ୩୦ରେ ଘଟିଥିବା ଏହି ଅଗ୍ନିକାଣ୍ଡ ଇଲେକ୍ଟ୍ରିକ୍ ସର୍ଟ-ସର୍କିଟ୍ ଯୋଗୁଁ ଘଟିଥିବା କୁହାଯାଉଛି।
ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ କହିଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ଅହମଦାବାଦ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଯୋଗୁଁ ଦୁଃଖିତ। ମୃତବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ମୋର ସମବେଦନା। ଆହତମାନେ ଶୀଘ୍ର ଆରୋଗ୍ୟ ହୁଅନ୍ତୁ। ମୁଖ୍ୟମନ୍ତ୍ରୀ ବିଜୟରୂପାନି ଏବଂ ମେୟର୍ ଇବିଜା ପଟେଲ୍ଙ୍କ ସହ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛି। ପ୍ରଭାବିତମାନଙ୍କୁ ପ୍ରଶାସନ ଯଥା ସମ୍ଭବ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି।
ଗୁଜୁରାଟ ଅହମ୍ମଦାବାଦ କୋଭିଡ୍ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ । ନିଆଁ ଲାଗି ଶ୍ରେୟା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୩ ମହିଳା ସମେତ ୮ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏବଂ ଜଣେ ପାରାମେଡିକାଲ ଷ୍ଟାଫ୍ ଆହତ ହୋଇଛନ୍ତି । ହସ୍ପିଟାଲରେ ଥିବା ୩୫ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ଆଇସିୟୁରେ ନିଆଁ ଲାଗିବା ପରେ ଅନ୍ୟ ୱାର୍ଡକୁ ବ୍ୟାପିଥିଲା । ନିଆଁ ଲାଗିବା ସମୟରେ ଆଇସିୟୁରେ ୧୦ ଜଣ କରୋନା ରୋଗୀ ଥିଲେ ଏବଂ ହସ୍ପିଟାଲରେ ୪୯ ଜଣ କରୋନା ରୋଗୀ ଥିଲେ ।
ଭୋର ୩ଟା ୧୫ରେ ନିଆଁ ଲାଗିଥିଲା ଓ କିଛି ସମୟ ପରେ ଦମକଳ ବିଭାଗ ଗାଡି ଘଟଣାସ୍ଥଳରେ ପହଁଚି ଥିଲେ । ପ୍ରାୟ ୪ଟା ୨୦ ବେଳକୁ ନିଆଁକୁ ଆୟତ କରାଯାଇ ପାରିଥିଲା । ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ତିନି ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ।