ରାଜ୍ୟରେ ସ୍ୱାଧୀନତା ଦିବସ ପାଇଁ କୋହଳ ହେଲା ସପ୍ତାହାନ୍ତ ସଟ୍ଡାଉନ : ଦିନ ୧୧ଟା ପର୍ଯ୍ୟନ୍ତ ଜନସାଧାରଣ ଜାତୀୟ ପତାକା ଉତ୍ତୋଳନରେ ସାମିଲ ହୋଇପାରିବେ

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : କରୋନା ପାଇଁ ରାଜ୍ୟ ସରକାର ଖୋର୍ଧା, ଗଞ୍ଜାମ, କଟକ ଓ ଗଜପତି ଜିଲ୍ଲା ଏବଂ ରାଉରକେଲା ସହରରେ ଶନିବାର ଓ ରବିବାରକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି। ତେବେ ଶନିବାର ସ୍ବାଧୀନତା ଦିବସ ପାଇଁ ସରକାର ଏଥିରେ କିଛିଟା କୋହଳ କରିଛନ୍ତି। ଦିନ ୧୧ଟା ପର୍ଯ୍ୟନ୍ତ ଲୋକମାନଙ୍କୁ ପତାକା ଉତ୍ତୋଳନ କରିବା ଲାଗି ଅନମୁତି ପ୍ରଦାନ କରାଯାଇଛି।
ରାଜ୍ୟରେ ଅଗଷ୍ଟ ୧୫ ତାରିଖ, ଶନିବାର ସପ୍ତାହାନ୍ତ ସଟ୍ଡାଉନ ହେବାକୁଥିବା ଜିଲ୍ଲାରେ ସ୍ୱାଧୀନତା ଦିବସ ପାଇଁ କିଛି ଘଣ୍ଟା ସଟ୍ଡାଉନ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଅଗଷ୍ଟ ୧୫ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ସଟ୍ଡାଉନ୍ କଟକଣା କୋହଳ ରହିବ ବୋଲି ଜଣାଯାଇଛି। ଦିନ ୧୧ଟା ପର୍ଯ୍ୟନ୍ତ ଲୋକମାନଙ୍କୁ ପତାକା ଉତ୍ତୋଳନ କରିବା ଲାଗି ଅନମୁତି ପ୍ରଦାନ କରାଯାଇଛି। ଏହି ସମୟରେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବା ଭଳି କୋଭିଡ କଟକଣା ଲାଗୁ ରହିବ ବୋଲି କୁହାଯାଇଛି। ତେବେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସର୍ବାଧିକ ୧୦ଜଣ ସାମିଲ ହୋଇପାରିବେ ବୋଲି ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି। ସେହିପରି ସାମାଜିକ ଦୂରତ୍ବ ମାନିବା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।



