ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା : ଭାରତ ବିରୁଦ୍ଧରେ କୌଣସି କାର୍ଯ୍ୟକଳାପକୁ ବ୍ରିଟେନରେ ପ୍ରଶ୍ରୟ ଦିଆଯିବ ନାହିଁ
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ ଆଶ୍ୱାସନା ଦେଇଛନ୍ତି ଯେ ତାଙ୍କ ଦେଶ ଖାଲିସ୍ତାନୀ ଗତିବିଧି କିମ୍ବା ଭାରତ ବିରୁଦ୍ଧରେ କୌଣସି କାର୍ଯ୍ୟ କଳାପକୁ ସମର୍ଥନ କରେ ନାହିଁ । ବ୍ରିଟିଶ ସିକ ଅଶ୍ୱସିଏସାନର ଚେୟାରମ୍ୟାନ ଓ ବ୍ୟବସାୟୀ ଲର୍ଡ଼ ରାମୀ ରେଞ୍ଜର ଅନୁସାରେ ପ୍ରଧାନମନ୍ତ୍ରୀ ଜନ୍ସନ ଏକ ବୈଠକରେ ଆଶ୍ୱାସନା ଦେଇଛନ୍ତି । ଏହି ବୈଠକରେ କଂଜରଭେଟିବ ପାର୍ଟିର ବରିଷ୍ଠ ସଦସ୍ୟଙ୍କ ବ୍ୟତୀତ ଚାନ୍ସେଲର ରୁଷି ସୁନକ ମଧ୍ୟ ଉପସ୍ଥିତ ଥିଲେ ।
ଲର୍ଡ଼ ରେଞ୍ଜର ଇଣ୍ଡିଆ ଟୁଡ଼େକୁ ଦେଇଥିବା ସୂଚନା ଅନୁସାରେ “ମୁଁ ପ୍ରଧାନମନ୍ତ୍ରୀ ଜନ୍ସନଙ୍କୁ କହିଛି ଯେ କିଛି ଅଲଗାଓବାଦୀ ସଂଗଠନ ଖାଲିସସ୍ତାନୀ ଗତିବିଧିରେ ଲିପ୍ତ ଅଛନ୍ତି । ଏହାକୁ ନେଇ ସେ ଆଶ୍ୱାସନା ଦେଇ କହିଥିଲେ ଯେ ବ୍ରିଟିଶ ସରକାର ଏପରି କୌଣସି ସଂଗଠନ କିମ୍ବା ଭାରତ ବିରୋଧୀ ଗତି ବିଧିକୁ ସମର୍ଥନ କରୁନାହିଁ ।”ଲର୍ଡ଼ ରେଞ୍ଜର ୧୫ ଅଗଷ୍ଟ ଦିନ ଭାରତୀୟ ଦୂତାବାସ ବାହାରେ କୌଣସି ପ୍ରକାର ବିରୋଧ ପ୍ରଦର୍ଶନ ଉପରେ ବ୍ୟାନ ଲଗାଇବା ପାଇଁ ବ୍ରିଟେନର ଗୃହମନ୍ତ୍ରୀ ପ୍ରୀତି ପଟେଲଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ।
ଲର୍ଡ଼ ରେଞ୍ଜର ଇତି ମଧ୍ୟରେ ଲେବର ପାର୍ଟିର ସଂସଦ ପ୍ରୀତ ଗିଲଙ୍କ ସହିତ ଟ୍ୱିଟର ମାଧ୍ୟମରେ କଥା ହୋଇଛନ୍ତି । ଏହା ସହିତ ଇଣ୍ଡିଆ ଟୁଡ଼େକୁ କହିଛନ୍ତି ଯେ ଆପଣ ୫୦୦୦ କିଲୋମିଟର ଦୂରରେ ବସି ଟ୍ୱିଟର ଉପରେ ଆତ୍ମା ନିର୍ଣ୍ଣୟ ପ୍ରାପ୍ତ କରିପାରିବେ ନାହିଁ ,ଆପଣଙ୍କୁ ସବୁ ବିଷୟରେ ଜାଣିବା ପାଇଁ ଲୋକମାନଙ୍କର ଭିତରକୁ ଯିବାକୁ ପଡିବ । ଯେଉଁ ଲୋକମାନେ ଖାଲିସସ୍ତାନର କଥା କହୁଛନ୍ତି ସେମାନଙ୍କୁ ସର୍ବ ପ୍ରଥମେ ନିଜର ବ୍ରିଟିଶ ପାସପୋର୍ଟ ତ୍ୟାଗ କରି ଭାରତ ଯିବାକୁ ପଡିବ ଓ ସେଠାରେ ରାଜନୈତିକ ଦଳ ତିଆରି କରିବାକୁ ପଡିବ ।
ଲର୍ଡ଼ ରେଞ୍ଜର ଓ ପ୍ରଧାନମନ୍ତ୍ରୀ ଜନ୍ସନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି । ବ୍ରିଟେନରେ ଅନେକ ସଂଗଠନ ଓ ଗୁରୁଦ୍ୱାରା ରହିଛି ସେମାନେ ମିଳିତ ଭାବରେ କାମ କରିଥାନ୍ତି । ଏହି ପ୍ରକାର ସଂଗଠନ ପାକିସ୍ତାନ ସମର୍ଥକ କାଶ୍ମୀର ସଂଗଠନ ସହିତ ହାତ ମିଳାଇ ଭାରତ ବିରୋଧୀ ପ୍ରଦର୍ଶନକୁ ପରିଣତି ଦେଇଥାନ୍ତି । ଅତୀତରେ ଏହି ମାନଙ୍କ ପକ୍ଷରୁ ୧୫ ଅଗଷ୍ଟ ଦିନ ଭାରତୀୟ ଦୂତାବାସ ବାହାରେ ପ୍ରଦର୍ଶନ କରାଯାଇଛି ,କିନ୍ତୁ ଏହିଥର ଏହାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବ୍ୟାନ କରିଛନ୍ତି ।