ରାଉଲକେଲା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୮ : ଇସ୍ପାତ ନଗରୀ ରାଉଲକେଲାର ଉଦିତନଗରସ୍ଥିତ ସରକାରୀ ବାଳିକା ବିଦ୍ୟାଳୟରେ କେବଳ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ‘ଗୁଗୁଲମିଟ’ ମାଧ୍ୟମରେ ‘ବିଶ୍ୱ ସଂସ୍କୃତ ଦିବସ’ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ଏବଂ ବକ୍ତା ଭାବରେ ଡ.କୁମାର ଚନ୍ଦ୍ର ମିଶ୍ର (ସଂପାଦକ, ଉତ୍କଳ ଶିକ୍ଷକ ମହାସଂଘ) ତଥା ଡ.ଗୌତମ ମହାରଣା (କାର୍ଯ୍ୟକାରୀ ସଭାପତି, ଉତ୍କଳ ଶିକ୍ଷକ ମହାସଂଘ) ପ୍ରମୁଖ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଭାସ୍କର ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ ।
ଜିଲ୍ଲା ଶିକ୍ଷା ଅଧିକାରୀ ସଂସ୍କୃତ ଭାଷାର ଉଥ୍ହାନ ପାଇଁ ମତବ୍ୟକ୍ତ କରିଥିଲେ । ତାଙ୍କ ବ୍ୟକ୍ତିଗତ ଜୀବନରେ ଜଣେ ସଂସ୍କୃତ ଶିକ୍ଷକଙ୍କ ପ୍ରଭାବ ପଡିଛି ତାହା କହିଥିଲେ ଏବଂ ସେ ଆଗାମୀ ଦିନରେ ଏକ ସଂସ୍କୃତ କର୍ମଶାଳାର ଆୟୋଜକ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଡ.ମହାରଣା ମଧ୍ୟ ସଂସ୍କୃତ ଶିକ୍ଷକ ମାନଙ୍କୁ ଧନ୍ୟବାଦ ଦେବା ସହିତ ସମ୍ମିଳିତ ଭାବରେ ସଂସ୍କୃତକୁ ଆଗକୁ ନେବାକୁ ପଡିବ ବୋଲି କହିଥିଲେ । ଆଗାମୀ ଶିକ୍ଷା ନୀତିରେ କିଭଳି ସଂସ୍କୃତ ଭାଷା ସୁରକ୍ଷାର ସଫଳ ରୂପାୟନ ରହିଛି ତାହା କହିଥିଲେ। ଡ.କୁମାର ମିଶ୍ର, ସଂସ୍କୃତ ଭାଷାର ସୁରକ୍ଷା ପାଇଁ କାର୍ଯ୍ୟକ୍ରମ କରିବାକୁ ଆହ୍ୱାନ ଦେଇଥିଲେ। ସଂସ୍କୃତ ଶିକ୍ଷକ ମାନଙ୍କର ଅବଦାନ ବହୁତ ରହିଛି। ଏଥିରେ ନାଟ୍ଯ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭାସ୍କର ମହାପାତ୍ର କହିଥିଲେ ଯେ, ସଂସ୍କୃତ ଆମର ପରିଚୟ, ଆମର ଜୀବନ ଜୀବିକା, ତେଣୁ ଏହାର ପ୍ରଚାର ପ୍ରସାର କ୍ଷେତ୍ରରେ ଆମକୁ ଆଗକୁ ଆସିବାକୁ ପଡିବ। ସ୍ୱନାମଧନ୍ୟ ଶିକ୍ଷକ ବିଭୀଷଣ ବାରିକ ଏହି କାର୍ଯ୍ୟକ୍ରମର ସଂଚାଳନ କରିଥିଲେ ଏବଂ ଅଶୋକ କୁମାର ମହାନା ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ ରାଜ୍ୟ ସଂଯୋଜକ ଅନିଲ କୁମାର ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।