କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬: ଆଜି ରାଜ୍ୟରୁ ନୂତନ ୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୨୩ ଟି ଜିଲ୍ଲାରୁ ମୋଟ୍ ୨୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୭୬ ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ ୪୧ ଜଣ ଚିହ୍ନଟ ହୋଇଛନ୍ତି। କେଉଁଝରରୁ ୨୫ ଚିହ୍ନଟ ଜଣ ଚିହ୍ନଟ ହୋଇଥିବା ସ୍ଥଳେ ଝାରସୁଗୁଡା ଓ ବରଗଡରୁ ୧୮ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଓ ମୟୂରଭଞ୍ଜର ୧୫ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ବର ଓ କଟକରୁ ୧୨ ଜଣ ଲେଖାଏଁ ରହିଛନ୍ତି । ପୁରୀରୁ ୭ ଜଣ ଚିହ୍ନଟ ହୋଇଥିବା ସ୍ଥଳେ ସୁନ୍ଦରଗଡ, ଜଗତସିଂହପୁର ଓ ଅନୁଗଳୁରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ମାଲ୍କାନଗିରି, ନୟାଗଡ ଓ ବଲାଙ୍ଗିରରୁ ଦୁଇଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କନ୍ଧମାଳ,ସମ୍ବଲପୁର, କଳାହାଣ୍ଡି, ଗଜପତି, ନୂଆପଡା, ଭଦ୍ରକ, କୋରାପୁଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।