‘ଡି୬୧୪ଜି’ ଭୂତାଣୁ : କରୋନା ଭୂତାଣୁ ଠାରୁ ୧୦ ଗୁଣ ଅଧିକ ମାରାତ୍ମକ ଭାଇରସ – ମାଲେସିଆରେ ଠାବ ହେଲା ଏହି ଭୟଙ୍କର ଷ୍ଟ୍ରେନ

0 685
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮ : ଏବେ ମାଲେସିଆ ଯେଉଁ ତଥ୍ୟ ଦେଇଛି, ତାହା ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି। ଚାଇନାର ଉହାନରେ କରୋନା ଭାଇରସର ଯେଉଁ ଷ୍ଟ୍ରେନ ଠାବ କରାଯାଇଥିଲା, ତା’ଠାରୁ ଅଧିକ ୧୦ ଗୁଣ ଅଧିକ ଭୟଙ୍କର ଏକ କରୋନା ଭୂତାଣୁ ଠାବ ହୋଇଛି। ପୂର୍ବାପେକ୍ଷା ବର୍ତ୍ତମାନ ଠାବ ହୋଇଥିବା କରୋନା ଭାଇରସ ଷ୍ଟ୍ରେନ ୧୦ ଗୁଣ ଅଧିକ ବେଗରେ ସଂକ୍ରମିତ କରିବାର କ୍ଷମତା ରଖିଛି। ମାଲେସିଆ ବୈଜ୍ଞାନିକମାନେ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ଶରୀରରୁ ଯେଉଁ ନୂଆ ଷ୍ଟ୍ରେନ ଠାବ କରିଛନ୍ତି, ତାହା ଆମେରିକା ଓ ୟୁରୋପରେ ଠାବ ହୋଇଥିବା କରୋନା ଷ୍ଟ୍ରେନ ଠାରୁ ଅଧିକ ମାରାତ୍ମକ ବୋଲି କୁହାଯାଉଛି। ମାଲେସିଆ ସ୍ୱାସ୍ଥ୍ୟ ଡାଇରେକ୍ଟର ଜେନେରାଲ ନୁର ହିଶହାମ କହିଛନ୍ତି, ନିକଟରେ ଭାରତରୁ ଫେରିଥିବା ଜଣେ ବ୍ୟକ୍ତି କ୍ୱାରେଣ୍ଟାଇନ ନିୟମ ଉଲ୍ଲଙ୍ଘନ କରିଥିଲେ।

ହେଲେ ତାଙ୍କ ସଂସ୍ପର୍ଶରେ ଆସିଥିବା ୪୫ ଜଣ ଲୋକଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିଲା। ସେମାନଙ୍କୁ ଚିକିତ୍ସା ପ୍ରଦାନ କରାଯିବା ବେଳେ ୩ ଜଣଙ୍କ ଶରୀରରେ ନୂଆ କରୋନା ଭାଇରସ ଷ୍ଟ୍ରେନ ଠାବ ହୋଇଛି। କରୋନା ଭାଇରସ ଖଣ୍ଡ ଖଣ୍ଡ ହୋଇ ଭୟଙ୍କର ରୂପ ଧାରଣ କରିଥିବା ଏହି ନୂଆ ଷ୍ଟ୍ରେନରୁ ସ୍ପଷ୍ଟ ହୋଇଛି। ଏହାପୂର୍ବରୁ ଦେଖା ଯାଉଥିବା କରୋନା ଷ୍ଟ୍ରେନ ଠାରୁ ନୂଆ ଷ୍ଟ୍ରେନ ୧୦ ଗୁଣା ଅଧିକ ପ୍ରାଣଘାତୀ। ଏହାକୁ ଡି୬୧୪ଜି କୁଯାଯାଏ। ତେଣୁ ଲୋକଙ୍କୁ ଏଥି ପ୍ରତି ସତର୍କ ରହିବା ଦରକାର। ଯଦି ଏହି ମାରାତ୍ମକ ଷ୍ଟ୍ରେନ ଆମେରିକାରୁ ମାଲେସିଆ ଯାଏ ବ୍ୟାପିବ, ତା’ହେଲେ ଏହା ମଧ୍ୟରେ ଅନେକ ଦେଶ ଆସିବେ।

ମାତ୍ର ୮ ମାସ ମଧ୍ୟରେ ବିଶ୍ୱରେ ୭ ଲକ୍ଷରୁ ଅଧିକ ଲୋକଙ୍କ ମୁଣ୍ଡ ନେଇ ସାରିଥିବା କରୋନା ଭାଇରସ ଭାରତରେ ଦ୍ରୁତଗତିରେ ମାଡ଼ି ଚାଲିଛି। କରୋନାକୁ ମାତ୍‌ ଦେବା ପାଇଁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଟିକା ବାହାର କରିବା ପ୍ରକ୍ରିୟା ଜାରି ରହିଛି। ଏହି ମାରାତ୍ମକ ଭାଇରସ ଅନେକଙ୍କ ଜୀବନ ନେବାର ମଧ୍ୟ ଆଶଙ୍କା ରହିଛି।

Leave A Reply

Your email address will not be published.

3 × 5 =

error: Content is protected !!
Open chat