![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୯/୦୮: କରୋନା ମାଡରେ ଘାଇଲା ରାଜ୍ୟ ରାଜକୋଷ। ସଙ୍କଟରେ ରାଜ୍ୟର ଆର୍ଥିକ ସ୍ଥିତି କୋଭିଡ୍ ଓଡିଶା ଛୁଇଁବା ପରେ ମାର୍ଚ୍ଚରୁ ଅଗଷ୍ଟ ଆର୍ଥିକ କାରବାର୍ ଗରୁତର ପ୍ରଭାବିତ ହୋଇଛି। ଗତକାଲି ଏସବିଆଇ ଇକୋରାପ୍ ରିପୋର୍ଟରେ ଏହା ଜଳଜଳ ହୋଇ ଦେଖାଯାଉଛି। ତେବେ ଆଗକୁ ସ୍ଥିତି ଆହୁରି ଜଟିଳ ହେବା ନେଇ ରିପୋର୍ଟରେ ଆଶଙ୍କା ବ୍ୟକ୍ତ କରାଯାଇଛି।
![](https://i0.wp.com/kalingajyoti.com/wp-content/uploads/2020/08/download-7-7.jpg?resize=448%2C279&ssl=1)
ରିପୋର୍ଟ ଅନୁସାରେ ୨୦-୨୧ ଆର୍ଥିକ ବର୍ଷରେ ଓଡିଶା ଅର୍ଥନୀତି ୬୮ ହଜାର ୩୦୬ କୋଟି ଟଙ୍କା କ୍ଷତି ସହିବ। ମୋଟ ରାଜ୍ୟ ଘରୋଇ ଉତ୍ପାଦ – ଜିଏସଡିପି ୧୧.୯ ପ୍ରତିଶତ ହ୍ରାସ ପାଇବ। ସେହିପରି ୧୯-୨୦ରେ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡ ପିଛା ଆୟ ୧ଲକ୍ଷ ୧ହଜାର ଟଙ୍କା ଥିଲା। ତେବେ ଚଳିତ ଆର୍ଥିକ ବର୍ଷରେ ଏହା ୧୪ ହଜାର ୭୪୫ ଟଙ୍କା ହ୍ରାସ ପାଇବ।
![](https://kalingajyoti.com/wp-content/uploads/2020/08/download-4-12.jpg)
ସେପଟେ ରିପୋର୍ଟରେ କରୋନା ଲଢେଇର ବିକଟ ଚିତ୍ର ଉପସ୍ଥାପିତ କରାଯାଇଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଆଖି ଦୃଶିଆ ସ୍ୱାସ୍ଥ୍ୟ ଭିତ୍ତିଭୂମି ନାହିଁ। ପ୍ରତି ୧ଲକ୍ଷ ଲୋକଙ୍କ ପାଇଁ ରାଜ୍ୟରେ ମାତ୍ରା ୧୩ଟି ଆଇସୋଲେସନ ବେଡ୍ ରହିଛି। ଏହି ରିପୋର୍ଟ ଅନୁସାରେ କରୋନା ପରବର୍ତ୍ତି ସମୟରେ ଓଡିଶାର ମୃତ୍ୟହାର ହଜାରେ ପିଛା ୯.୧୦କୁ ବଢିଯିବ। ତେଣୁ ଆର୍ଥିକ ସ୍ଥିତି ବିଗିଡିବା ସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି ହେବା ଆଶଙ୍କା କରାଯାଇଛି।
![](https://i0.wp.com/kalingajyoti.com/wp-content/uploads/2020/08/download-8-7.jpg?resize=469%2C312&ssl=1)
କରୋନା ବହୁ ଲୋକଙ୍କ ରୋଜଗାର ଛଡାଇ ନେଇଛି। ଅନ୍ୟ ରାଜ୍ୟରେ କାମ କରୁଥିବା ୮ଲକ୍ଷରୁ ଅଧିକ ପ୍ରବାସୀ ଓଡିଶା ଫେରିଥିଲେ। ତେବେ ସେମାନଙ୍କୁ କାମଧନ୍ଦା ଯୋଗାଇ ଦେବା ଲାଗି କୌଣସି ବ୍ୟବସ୍ଥା ହୋଇନାହିଁ। ଏଣେ କରୋନା କଟକଣା ଯୋଗୁଁ ରାଜ୍ୟରେ ଆର୍ଥିକ କାର୍ଯ୍ୟକଳାପ ମାନ୍ଦା ରହିଛି ଖଣି, ଶିଳ୍ପଠୁ ଆରମ୍ଭ କରି ପର୍ଯ୍ୟଟନ ଓ ପରିବହନ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି। ଫଳରେ ଲୋକଙ୍କ ଆୟ କମିଛି। ଯାହାର ପ୍ରଭାବ ସିଧାସଳଖ ରାଜ୍ୟରେ ଅର୍ଥନୀତି ଉପରେ ଦେଖିବାକୁ ମିଳିଛି। ଏପ୍ରିଲ୍, ମେ ଓ ଜୁନ୍ ଅର୍ଥାତ ପ୍ରଥମ ତିନି ମାସରେ ରାଜସ୍ୱ ଆଦାୟ ଗତବର୍ଷ ତୁଲନାରେ ୨୩ ପ୍ରତିଶତ ହ୍ରାସ ପାଇଛି। ତେଣୁ ଚଳିତ ବର୍ଷ ରାଜ୍ୟକୁ ଅଧିକ ଋଣ କରିବାକୁ ପଡିବ। ଏବେ ରାଜ୍ୟର ମୋଟ ଋଣ ପରିମାଣ ୯୫ ହଜାର କୋଟି ଥିବା ବେଳେ ଆଗାମୀ ଦିନରେ ଏହା ଆହୁରି ବଢିବ।
![](https://kalingajyoti.com/wp-content/uploads/2020/08/download-6-11.jpg)
ତେବେ ଆଶ୍ୱସ୍ତିର କଥା ହେଉଛି କୋଭିଡ୍ ଲକଡାଉନ ସତ୍ତ୍ୱେ ରାଜ୍ୟକୁ ୧୨ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆସିଛି। ନଭେମ୍ବର ମାସରେ ପୁଣି ମେକ୍ ଇନ୍ ଓଡିଶା ଆୟୋଜନର ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ରାଜ୍ୟ ଅଥନୀତିରେ ସ୍ଫୁର୍ତ୍ତୀ ଆସିବ ବୋଲି ଆଶା କରାଯାଉଛି।
![](https://i0.wp.com/kalingajyoti.com/wp-content/uploads/2020/08/download-11-7.jpg?resize=491%2C278&ssl=1)