ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୮: ଆଜି ଯୁକ୍ତ ୨ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ । ୧୯ ତାରିଖ ପୂର୍ବାହ୍ନ ୧୧ ଟା ୩୦ରେ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀମାନେ www.orissaresults.nic.in ୱେବ୍ ସାଇଟ୍ରେ ସେମାନଙ୍କ ପରୀକ୍ଷା ଫଳାଫଳ / ରେଜଲ୍ଟ ଦେଖିପାରିବେ ।
ସେହିପରି ଅଗଷ୍ଟ ଶେଷ ସପ୍ତାହରେ ଯୁକ୍ତ ୨ ର କଳା ରେଜଲ୍ଟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି । ଚଳିତ ମାସ ୧୨ ତାରିଖରେ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇଥିଲା ।