ଭାରତକୁ ହଇରାଣ କରିବା ଲାଗି ଷଡ଼ଯନ୍ତ୍ର : ଗିଲ୍ଗିଟ୍-ବଲ୍ଟିସ୍ତାନରେ ୧୮ ଅଗଷ୍ଟରେ ନିର୍ବାଚନ କରିବ ପାକିସ୍ତାନ : ଭାରତର ବିରୋଧ ।
ଇସଲାମାବାଦ୍, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୮।୬ : ଗିଲ୍ଗିଟ୍-ବଲ୍ଟିସ୍ତାନକୁ ଭାରତର ଅଭିନ୍ନ ଅଙ୍ଗ ବୋଲି ପୂର୍ବରୁ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ ଉଦ୍ଦେଶ୍ୟରେ କୁହାଯାଇଥିଲା। ତେବେ ପାକିସ୍ତାନ ଏହାକୁ ନ ମାନି ଏଭଳି କାର୍ଯ୍ୟ କରୁଥିବାରୁ ଭାରତ ପକ୍ଷରୁ ବିରୋଧ କରାଯାଉଛି। ପାକିସ୍ତାନ ପକ୍ଷରୁ ୧୮ ଅଗଷ୍ଟରେ ଗିଲ୍ଗିଟ୍-ବଲ୍ଟିସ୍ତାନରେ ନିର୍ବାଚନ କରିବା ଲାଗି ଘୋଷଣା କରାଯାଇଛି। ପାକିସ୍ତାନ ସୁପ୍ରିମ୍କୋର୍ଟର ଅନୁମତି ମିଳିବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତିି। ଏପ୍ରିଲ୍ ୩୦ରେ ସୁପ୍ରିମ୍କୋର୍ଟ ୨୦୧୮ ପ୍ରଶାସନିକ ସଂଶୋଧନ ଲାଗି ଅନୁମତି ଦେଇଥିଲେ। ପାକିସ୍ତାନ ରାଷ୍ଟ୍ରପତି ଆରିଫ୍ ଅଲଭୀ ଶନିବାର ଏନେଇ ମଞ୍ଜୁରୀ ମଧ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ ଭାରତକୁ ହଇରାଣ କରିବା ଲାଗି ଷଡ଼ଯନ୍ତ୍ର କରୁଛି।