ଆରମ୍ଭ ହେଲା ଶ୍ରୀ ରାମ ଜନ୍ମଭୂମି ମନ୍ଦିର ନିର୍ମାଣ କାର୍ଯ୍ୟ : ଟ୍ୱିଟ୍ କରି ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ପକ୍ଷରୁ ସୂଚନା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ /ଅଯୋଧ୍ୟା ୨୧/୦୮: ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସବିଆରଆ ରୁକ୍କି, ଏଲ ଆଣ୍ଡ ଟି ସହିତ ଆଇଆଇଟି ମାଡ୍ରାସର ଇଞ୍ଜିନିୟରମାନେ ମନ୍ଦିର ନିର୍ମାଣ ସ୍ଥାନରେ ମାଟି ପରୀକ୍ଷା କରିଛନ୍ତି। କ୍ରମାଗତ ଭାବେ ଟ୍ୱିଟ୍ କରି ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ପକ୍ଷରୁ କୁହାଯାଇଛି, ଯେ ନିର୍ମାଣ କାର୍ଯ୍ୟ ୩୬ ରୁ ୪୦ ମାସ ମଧ୍ୟରେ ଶେଷ ହେବ। ଭାରତର ପ୍ରାଚୀନ ତଥା ପାରମ୍ପାରିକ ନିର୍ମାଣ କୌଶଳକୁ ଅନୁସାରେ ମନ୍ଦିର ନିର୍ମାଣ ହେବ। ଭୂକମ୍ପ, ଝଡ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାର ପଦ୍ଧତୀରେ ଏହା ମଧ୍ୟ ନିର୍ମାଣ କରାଯିବ। ମନ୍ଦିର ନିର୍ମାଣରେ ଲୁହା ବ୍ୟବହାର ହେବ ନାହିଁ ।
Teeet sri ram janmabhumi tirth