ଭୁବନେଶ୍ୱର ୦୭/୦୧/୨୦୨୨ କଳିଙ୍ଗ ଜ୍ୟୋତି : ରାଜ୍ୟରେ ପୁଣି କରୋନା ସଂକ୍ରମଣର ହାର ବଢ଼ିବାରେ ଲାଗିଛି । ଯେଉଁଥି ପାଇଁ ସରକାର ଆଗୁଆ ସଚେତନ ମୂଳକ ପଦକ୍ଷେପ ନେଇଛନ୍ତି । ଏହି କ୍ରମରେ ଜାନୁଆରୀ ୧୦ରୁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ରାଜ୍ୟ ସମସ୍ତ କଲେଜ , ବିଶ୍ବବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ବନ୍ଦ ରହିବ। ମେଡିକାଲ କଲେଜ ଓ ନର୍ସିଂ କଲେଜ ଖୋଲା ରହିବ। ଏନେଇ ଗାଇଡ୍ ଲାଇନ୍ ଜାରି କଲେ ଏସ୍ଆର୍ସି ।
ସୂଚନା ମୁତାବକ, ଆଜିଠୁ ରାଜଧାନୀରେ କଡ଼ାକଡ଼ି ହେବ ନାଇଟ୍ କର୍ଫ୍ୟୁ। ଏଥିପାଇଁ ରାଜଧାନୀରେ ଯାଞ୍ଚ କଡ଼ା କଡି଼ କରିବାକୁ ଅଣ୍ଟା ଭିଡି଼ଛି କମିଶନରେଟ୍ ପୁଲିସ । ଶୁକ୍ରବାର ରାତି ୯ଟାରୁ ବିଭିନ୍ନ ପ୍ରମୁଖ ଛକ ଗୁଡ଼ିକରେ ବ୍ଳକିଂ ଓ ଚେକିଂ କରାଯାଇ ଯାଞ୍ଚ ଜୋରଦାର କରାଯାଇଛି । ସେହିପରି ବିନା କାରଣରେ ଘରୁ ବାହାରୁଥିବା ଅମାନିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସେପଟେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡିଦେଲେ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।