ଦେଶରେ ଆରମ୍ଭ ହେଲା ପ୍ରାକ୍‌-ଟିକାକରଣ ଅଭ୍ୟାସ

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଲାଗି ଟିକାକୁ ମଞ୍ଜୁରୀ ମିଳିସାରିଛି। ତେଣୁ ଖୁବଶୀଘ୍ର ଦେଶବ୍ୟାପୀ ଟିକାକରଣ ଆରମ୍ଭ ହେବ। ତେବେ ଏହା ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତତ୍ତ୍ଵାବଧାନରେ ଦେଶବ୍ୟାପୀ ପ୍ରାକ୍‌-ଟିକାକରଣ ଅଭ୍ୟାସ ଶନିବାରଠାରୁ ଆରମ୍ଭ ହୋଇଛି। ଦେଶର ସମସ୍ତ

ନୂଆବର୍ଷରେ ଖୁସିର ଖବର: କରୋନା ଟିକା କୋଭିସିଲ୍ଡକୁ ମିଳିଲା ଜରୁରୀକାଳୀନ ବ୍ୟବହାର ଅନୁମତି

ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଓ ଆସ୍ତ୍ରାଜେନେକା ଦ୍ୱାରା ବିକଶିତ ଟିକା ‘କୋଭିସିଲ୍ଡ’କୁ ଅନୁମତି ମିଳିଛି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥାର ବିଶେଷଜ୍ଞ କମିଟି ଏହି ଟୀକାର ବ୍ୟବହାରକୁ ନେଇ ହୋଇଥିବା ଆବେଦନକୁ

ନୂତନ ବର୍ଷ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କବିତା – ‘ଅଭି ତୋ ସୁରଜ ଉଗା ହେ…..’

ନୂଆଦିଲ୍ଲୀ : ବର୍ଷ ୨୦୨୦ ଶେଷ ହୋଇଛି ଏବଂ ନୂତନ ବର୍ଷ ୨୦୨୧ ଏକ ନୂଆ ସକାଳ ସହିତ ଆରମ୍ଭ ହୋଇଛି। ଏହି ନୂତନ ବର୍ଷ ପାଇଁ ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି କାରଣ ଗତ ବର୍ଷ ଅତ୍ୟନ୍ତ ଦୁଃଖଦାୟକ ଏବଂ ଯନ୍ତ୍ରଣାଦାୟକ ଥିଲା । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ

ସୋମବାର ଶପଥ ନେବେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ମୁରଲୀଧର

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଡକ୍ଟର ଏସ୍ ମୁରଲୀଧରଙ୍କୁ ନିଯୁକ୍ତି ମିଳିଛି। ଜଷ୍ଟିସ୍ ମୁରଲୀଧରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଆଜି (ଗୁରୁବାର) ପ୍ରକାଶ ପାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜଷ୍ଟିସ୍ ମୁରଲୀଧର ୩

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର

ଭୁବନେଶ୍ବର : ନୂଆ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଅସିତ ତ୍ରିପାଠୀ ଅବସର ଗ୍ରହଣ କରିବା ପରେ ସେ ଏହି ପଦରେ ଅବସ୍ଥାପିତ ହୋଇଛନ୍ତି। ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ମହାପାତ୍ର ୧୪ ମାସ ଅର୍ଥାତ ୨୦୨୨ ଫେବ୍ରୁଆରି

କରୋନା ଟୀକାକରଣ : ୮୩କୋଟି ସରିଞ୍ଜ୍‍ କିଣିବା ପାଇଁ ସରକାରଙ୍କର ନିର୍ଦ୍ଦେଶ, ଆସନ୍ତାକାଲିଠାରୁ ଦେଶ ବ୍ୟାପି ଡ୍ରାଏ ରନ୍

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ପ୍ରତିଷେଧକ ଟିକା ପ୍ରଦାନ ଲାଗି କେନ୍ଦ୍ର ସରକାର ୮୩କୋଟି ସରିଞ୍ଜ୍‍ କିଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଇତିମଧ୍ୟରେ ୩୫କୋଟି ସିରିଞ୍ଜ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ପ୍ରାଥମିକତା ଦୃଷ୍ଟିରୁ

୨୦୨୧ ମେ’ ୪ରୁ ସିବିଏସଇ ବୋର୍ଡ ପରୀକ୍ଷା, ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

କରୋନା ମହାମାରୀ ଦୃଷ୍ଟିରୁ ଆସନ୍ତା ବର୍ଷ ସିବିଏସଇ ବୋର୍ଡ ପରୀକ୍ଷା କେବେ ହେବ ସେ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି। ଘୋଷଣା ମୁତାବକ ଆସନ୍ତାବର୍ଷ ମେ’ ୪ରୁ ଦଶମ ଓ ଦ୍ୱାଦଶ ବୋର୍ଡ

ଓଡ଼ିଶାରେ ଆଜି ରାତି ୧୦ରୁ ନାଇଟ୍ କର୍ଫ୍ୟୁ, ଟ୍ବିନ ସିଟିରେ ୧୪୪ ଧାରା

ଦ୍ବୈତନଗରୀ ରାତି ୯ଟା ସୁଦ୍ଧା ସବୁ କାମସାରି ଘରକୁ ଫେରିବାକୁ ସିପିଙ୍କ ପରାମର୍ଶ ଭୁବନେଶ୍ବର: ବ୍ରିଟେନର ନୂଆ ଷ୍ଟ୍ରେନ ଏବେ ସମଗ୍ର ଭାରତ ପାଇଁ ମୁଣ୍ଡ ବ୍ୟଥାର କରାଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଡ଼ିସେମ୍ବର ୩୧ ମଧ୍ୟରାତ୍ରିରେ ପୁରୁଣା ବର୍ଷକୁ ବିଦାୟ ଦେବା ଓ ନୂଆ ବର୍ଷକୁ ସ୍ବାଗତ

ନୂଆବର୍ଷ ପାଇଁ ଦିଲ୍ଲୀ ଓ ମୁମ୍ବଇରେ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: ଡ଼ିସେମ୍ବର ୩୧ ମଧ୍ୟରାତ୍ରିରେ ପୁରୁଣା ବର୍ଷକୁ ବିଦାୟ ଦେବା ଓ ନୂଆ ବର୍ଷକୁ ସ୍ବାଗତ ନିମନ୍ତେ ଆୟୋଜନ କରାଯାଉଥିବା ‘‘ଜିରୋ ନାଇଟ୍’’ ଓ ନୂଆବର୍ଷ ପାଳନ ପାଇଁ ଦିଲ୍ଲୀ ସରକାର କଟକଣା ଜାରି କରିଛନ୍ତି। ଆଜି ଓ ଆସନ୍ତାକାଲି ଆର୍ଥାତ ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ପାଇଁ

ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ ହୋଇଛି। ରାତି ୧୨ଟା ୩୦ରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଶାନ୍ତନୁଙ୍କ ପରଲୋକ ନେଇ ପୁଅ କୌଶିକ ମହାପାତ୍ର ସୂଚନା
error: Content is protected !!
Open chat