![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୭ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଦେଶରେ ପ୍ରତିଦିନ ୩୪ ହଜାର ନୂଆ ମାମଲା ସାମ୍ନାକୁ ଆସୁଛି । ଦେଶରେ ମୋଟ କରୋନା ମାମଲା ୧୦ ଲକ୍ଷ ଟପିଲାଣି । ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ଓ ସ୍ଥିତି ଖରାପ ହେଉଥିବା କହିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏ ।
![](https://i0.wp.com/kalingajyoti.com/wp-content/uploads/2020/07/fhddujdt.jpg?resize=426%2C239&ssl=1)
ଆଇଏମଏ ହସ୍ପିଟାଲର ବୋର୍ଡ ଅଫ୍ ଇଣ୍ଡିଆ ଚେୟାରମ୍ୟାନ ଡାକ୍ତର ବି କି ମୋଙ୍ଗା କହିଛନ୍ତି ଯେ, କରୋନା ମାମଲା ଦିନକୁ ଦିନ ବଢିଚାଲିଛି । ଦେଶରେ ସ୍ଥିତି ଖରାପ ଆଡକୁ ଗତି କରୁଛି । ଭାରତରେ ପ୍ରଦିଦିନ ୩୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଯାହା ବହୁତ ଖରାପ । ଗ୍ରାମାଞ୍ଚଳରେ ଅଧିକ ଏହା ବ୍ୟାପୁଛି । ଯାହା ଶୁଭ ସଙ୍କେତ ନୁହେଁ । ଏହା ଗୋଷ୍ଟୀ ସଂକ୍ରମଣ ।
![](https://kalingajyoti.com/wp-content/uploads/2020/07/ytujytruiriu.jpg)
ଡାକ୍ତର ମୋଙ୍ଗାଙ୍କ ଏହି ବୟାନ ଅଧିକ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଲଗାତାର ଭାବେ ଗୋଷ୍ଠୀ ସଂକ୍ରମଣ ହେଉନଥିବା ଦାବି କରି ଆସୁଛି । ଏହି ଦାବିକୁ ଅନେକ ବଶେଷଜ୍ଞ ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି । ଏହାମଧ୍ୟରେ ଭାରତ କରୋନା ସଂକ୍ରମଣ ତାଲିକାରେ ତୃତୀୟ ସ୍ଥାନକୁ ଚାଲିଯାଇଛି ।
ସେ ଆହୁରି କହିଛନ୍ତି ଯେ, ଏବେ କରୋନା ଭାଇରସ ଗ୍ରାମାଞ୍ଚଳରେ ବ୍ୟାପୁଛି । ଫଳରେ ସ୍ଥିତି ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଛି । ଦିଲ୍ଲୀରେ ଏହାକୁ ନିୟନ୍ତ୍ରଣ କରାଯାଇଥିଲେ ମଧ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଗୋଆ ଓ ମଧ୍ୟପ୍ରଦେଶରେ ଜଟିଳ ସ୍ଥିତି ଉପୁଜୁଛି ।ଏହା ଅତି ଶୀଘ୍ର ବ୍ୟାପୁଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାରମାନେ ସତର୍କତା ଅବଲମ୍ବନ କରିବା ଉଚିତ ।