ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

0 434
greentech

ଭୁବନେଶ୍ୱର ୨୯/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ମଧ୍ୟରେ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା। ଏଥିପାଇଁ ଛାତ୍ରଛାତ୍ରୀମାନେ ଅଗଷ୍ଟ ୨ରୁ ୧୪ ତାରିଖ ପର୍ୟ୍ୟନ୍ତ ଅନ୍ଲାଇନରେ ଆବେଦନ କରିପାରିବେ। ଅନଲାଇନ୍ ଆପ୍ଲିକେସନ୍ ଫର୍ମ www.samsodisha.gov.in ରେ ଉପଲବ୍ଧ ହେବ। ଅଗଷ୍ଟ ୨ ତାରିଖ ସକାଳ ୧୧ଟାରୁ ଛାତ୍ରଛାତ୍ରୀମାନେ ଏହି ୱେବସାଇଟକୁ ଯାଇ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ। ଅଗଷ୍ଟ ୧୪ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଆଶାୟୀମାନେ ଅନଲାଇନ୍ ଆବେଦନ କରିପାରିବେ। ଯେଉଁ ୟୁଜି ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ବାହାରି ନ ଥିବ ସେମାନେ ମଧ୍ୟ ଆବେଦନ କରିପାରିବେ।

ଅଗଷ୍ଟ ୨୦ ତାରିଖରୁ ଆଶାୟୀମାନେ ସେମାନଙ୍କ ଆଡ଼ମିଟ୍‌ କାର୍ଡ ଡାଉନଲୋଡ୍ କରିପାରିବେ। ଅଗଷ୍ଟ ୨୩ରୁ ପରୀକ୍ଷା ଆରମ୍ଭ ହେବ। ଏହା ସେପ୍ଟେମ୍ବର ୩ ତାରିଖ ପର୍ୟ୍ୟନ୍ତ ଚାଲିବ। ଅକ୍ଟୋବର ୧୨ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ।

Leave A Reply

Your email address will not be published.

five + 6 =

error: Content is protected !!
Open chat