ଅରୁଣସ୍ତମ୍ଭ ପାଖକୁ ମନ୍ତ୍ରୀ, ନେତାଙ୍କୁ ଛାଡୁଛ, ଭକ୍ତଙ୍କୁ କାହିଁକି ଛାଡୁନ ? ? ଦୁଇଦିନ ଭିତରେ ଜବାବ ଦିଅ ସରକାର: ‘ଜଗନ୍ନାଥ ସେନା’

0 450
greentech

ପୁରୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୧୦: ଗତ ସପ୍ତାହକ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀ ଓ କଂଗ୍ରେସର ଓଡିଶାର ପ୍ରଭାରୀ ଡଃ ଏ.ଚେଲା କୁମାର ପୁରୀ ଆସି ସିଂଦ୍ୱାର ନିକଟ ଅରୁଣସ୍ତମ୍ଭ ନିକଟରେ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି ।

ଗତ ଦୁଇଦିନ ତଳେ କିଛି ଭକ୍ତ ଦୋଳମଣ୍ଡପ ସାହି ଛକରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପ ଦାନ ଦେଇ ମୁଣ୍ଡିଆ ମାରୁଥିବା ସମୟରେ ଜଣେ ହୋମଗାର୍ଡ ଗୋଡରେ ସେମାନଙ୍କୁ ଆଡେଇ ଦେବା ଘଟଣାକୁ ଜଗନ୍ନାଥ ସେନା ଘୋର ବିରୋଧ କରିଛି । ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ଦୁଇଦିନ ଭିତରେ ସାଧାରଣ ଭକ୍ତଙ୍କୁ ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଛାଡିବା ପାଇଁ ଦାବି କରିଛନ୍ତି ।

ସରକାରଙ୍କ ସମସ୍ତ ନିୟମ ପୁରୀବାସୀ ମାନିଥିବା ବେଳେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବିନା ଭକ୍ତରେ ଶେଷ ହୋଇଛି । ପୁରୀବାସୀ ସଂପୂର୍ଣ୍ଣ ସମର୍ଥନ କରି ଘରେ ରହିଥିଲେ । ୯ମାସ ଧରି ମନ୍ଦିର ବନ୍ଦରହିଲାଣି । ବନ୍ଦ କରିବା ସମୟରେ ପ୍ରଶାସନ କାହାକୁ ପଚାରି ନଥିଲା । ଏବେ ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ନିଯୋଗ, ଗଜପତି, ଶଙ୍କରା ଚାର୍ଯ୍ୟ, ମୁକ୍ତ ମଣ୍ଡପକୁ ପଚାରିବା ପାଇଁ ପ୍ରୟାସ କରି ଦିନ ଗଡାଇବାରେ ଲାଗିଛି । ଅନ୍ୟପକ୍ଷରେ ଧାଡି ଦର୍ଶନ ପାଇଁ ହୋଇଥିବା ସେଡ୍‌ ଓ ସିଂହଦ୍ୱାର ସମ୍ମୁଖ ରାସ୍ତାକୁ ବାଡକରି ଗଳିରାସ୍ତା କରିସାରିଲାଣି ପ୍ରଶାସନ । ସେଡ ଉଠାଯାଇ ବଡଦାଣ୍ଡକୁ ପ୍ରଶସ୍ତ କରିବା ପାଇଁ ସେନା ଦାବି କରିଛି ।

Leave A Reply

Your email address will not be published.

9 + three =

error: Content is protected !!
Open chat