ଆଜି ଜାତୀୟ କ୍ରୀଡ଼ା ଦିବସ : ମେଜର୍‌ ଧ୍ୟାନ ଚାନ୍ଦ ସିଂହଙ୍କ ଜନ୍ମ ଦିବସ

0 454
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୯/୦୮:ଆଜି ଜାତୀୟ କ୍ରୀଡ଼ା ଦିବସ। ହକି ଯାଦୁଗର ମେଜର୍‌ ଧ୍ୟାନ ଚାନ୍ଦଙ୍କ ଜନ୍ମଦିବସରେ ଏହା ପାଳନ କରାଯାଇଆସୁଛି। ମେଜର୍‌ ଧ୍ୟାନ ଚାନ୍ଦ ସିଂହ ତାଙ୍କର ଯାଦୁକରୀ ଖେଳ ବଳରେ ୧୯୨୮, ୧୯୩୨ ଓ ୧୯୩୬ ଅଲିମ୍ପିକ୍‌ରେ ଭାରତ ପାଇଁ ସ୍ବର୍ଣ୍ଣପଦକ ହାସଲ କରିଥିଲେ। ୧୯୨୬ରୁ ୧୯୪୮ ମଧ୍ୟରେ ସେ ୪୦୦ରୁ ଅଧିକ ଗୋଲ୍‌ ଦେଇ ଅପ୍ରତିଦ୍ବନ୍ଦ୍ବୀ ପାଲଟିଥିଲେ।

କେବଳ ଭାରତ ନୁହେଁ, ସାରା ପୃଥିବୀରେ ତାଙ୍କ ଅଦ୍ବିତୀୟ ଖେଳର ଅଗଣିତ ପ୍ରଶଂସକ ଥିଲେ। ମେଜର୍‌ ଧ୍ୟାନ ଚାନ୍ଦଙ୍କ ସ୍ମୃତିରେ ଭାରତରେ ଜୀବନବ୍ୟାପୀ ସାଧନାପାଇଁ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ମେଜର୍‌ ଧ୍ୟାନ ଚାନ୍ଦ ପୁରସ୍କାର’ ପ୍ରଦାନ କରାଯିବା ସହ ତାଙ୍କ ଜନ୍ମଦିବସକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ। ୨୯ ଅଗଷ୍ଟ ୧୯୦୫ରେ ହକି କିମ୍ବଦନ୍ତୀ ଧ୍ୟାନ ଚାନ୍ଦ ଜନ୍ମଗ୍ରହଣ କରିଥିଲେ।

Leave A Reply

Your email address will not be published.

4 × four =

error: Content is protected !!
Open chat