
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩୦/୦୬ : ଆଜି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉଦବୋଧନ ଦେବେ। ଏନେଇ ପିଏମଓ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଆସନ୍ତା ବୁଧବାର ଠାରୁ ଅନଲକ୍-ଟୁ କାର୍ଯ୍ୟକାରୀ ହେଉଥିବା ବେଳେ, ସେ ସଂପର୍କରେ ଦେଶବାସୀଙ୍କୁ ବାର୍ତ୍ତା ଦେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଅପରପଟେ ଆଜି ଭାରତ ସରକାର ଚାଇନା ତିକ୍ତତାକୁ ଦୃଷ୍ଟିରେ ରଖି ଟିକଟକ ସମେତ ୫୯ଟି ଚାଇନିଜ ଆପକୁ ବ୍ୟାନ କରିଛନ୍ତି। ତେବେ ଏସବୁ ଭିତରେ ମୋଦି ଦେଶବାସୀଙ୍କୁ କ’ଣ ସବୁ କହିବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଦିନକୁ ଦିନକୁ ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଆଜି ଅନଲକ-୧ ଶେଷ ହେବାକୁ ଯାଉଛି। ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅନଲକ-୨ ପାଇଁ ଗାଇଡଲାଇନ ଜାରି କରାଯାଇଛି। ସେ ସଂପର୍କରେ ଦେଶବାସୀଙ୍କୁ ବାର୍ତ୍ତା ଦେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି।