ଆଫଗାନିସ୍ତାନରେ କାର୍ ବୋମା ବିସ୍ଫୋରଣ, ୨୩ ମୃତ

0 369
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ୩୦/୦୬: ଆଫଗାନିସ୍ଥାନରେ ଏକ କାର୍ ବୋମା ବିସ୍ଫୋରଣରେ ୨୩ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ବିସ୍ଫୋରଣ ନିମନ୍ତେ କେହି ନିଜକୁ ଦାୟୀ କରି ନାହାନ୍ତି । ସେନା ମୋର୍ଟାର ମାଡ଼ରେ କାର୍ ବିସ୍ଫୋରଣ ହୋଇଥିବା ତାଲିବାନ ଅଭିଯୋଗ କରିଥିବାବେଳେ ତାଲିବାନୀମାନେ ଏହି ଘଟଣା ଘଟାଇଥିବା ସେନା ଦାବି କରୁଛି । ଘଟଣାଟି ଆଫଗାନିସ୍ଥାନର ହେଲମନ୍ଦ ଅଞ୍ଚଳର ଏକ ଜନଗହଳି ବଜାରରେ ଘଟିଛି ।


ଆଫଗାନିସ୍ଥାନ ସରକାର ତାଲିବାନ ବିରୋଧରେ ସେନା ଅଭିଯାନକୁ ବଢାଇ ଦେଇଛନ୍ତି। ଏହି ଅଭିଯାନରେ ୨୪ ଘଣ୍ଟାରେ ସାରା ଦେଶରେ ୧୦ ଜଣ ନାଗରିକଙ୍କ ସହିତ ୭୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

eleven + 20 =

error: Content is protected !!
Open chat