ଆମରିକାରେ ସମସ୍ତ ନାଗରିକଙ୍କୁ ମାଗଣାରେ ମିଳିବ କୋଭିଡ-୧୯ ଟିକା : ଟ୍ରମ୍ପ ପ୍ରଶାସନ

0 421
greentech

ୱାଶିଂଟନ/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୭-୦୯-୨୦ :  ଆମରିକାରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ମଧ୍ୟରେ ଏକ ଆଶ୍ବସ୍ତିକର ଖବର ଆସିଛି। କୋଭିଡ-୧୯ ଟିକା ପାଇଁ ତାଙ୍କ ଯୋଜନା ପ୍ରକାଶ କରିବା ସହିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏହା ଉପରେ କାର୍ଯ୍ୟ ଆରମ୍ଭ କରିଛି। ଏହା ଅଧୀନରେ ଦେଶର ସମସ୍ତ ନାଗରିକ ମାଗଣାରେ କରୋନା ଟିକା ପାଇବେ।

ତେବେ ବିଶେଷ କଥା ହେଉଛି, ୨୦୨୧ ଜାନୁୟାରୀ ମାସ ଆରମ୍ଭରେ ଟିକା ବଣ୍ଟନ କରାଯିବ ବୋଲି ଏହି ଯୋଜନାରେ କୁହାଯାଇଛି। ଆମେରିକାର ସ୍ୱାସ୍ଥ୍ୟ ଏବଂ ମାନବ ସେବା ବିଭାଗ(ଏଚଏଚଏସ)ଏବଂ ପ୍ରତିରକ୍ଷା ବିଭାଗ ମିଳିତ ଭାବେ ଏହି ଯୋଜନା ସହ ଜଡିତ ଦୁଇଟି ଡକ୍ୟୁମେଣ୍ଟ ପ୍ରକାଶ କରିଛନ୍ତି। ଯାହା କରୋନା ମହାମାରୀ ମଧ୍ୟରେ ଟ୍ରମ୍ପ ପ୍ରଶାସନର ଟିକା ବିତରଣ ରଣନୀତି ସଂପର୍କରେ ବର୍ଣ୍ଣନା କରୁଛି।

ଚଏଚଏସ ସଚିବ ଆଲେକ୍ସ ଆଜାର କହିଛନ୍ତି ଯେ ଆମେ ଅନ୍ୟ ରାଜ୍ୟ ତଥା ସ୍ଥାନୀୟ ସ୍ୱାସ୍ଥ୍ୟ ସହଭାଗୀମାନଙ୍କ ସହ ମଧ୍ୟ କାର୍ଯ୍ୟ କରୁଛୁ ଯାହା ଦ୍ବାରା ଆମେରିକାର ସମସ୍ତେ କରୋନା ଟିକା ପାଇପାରିବେ। ଆମେରିକାର ଲୋକମାନେ ଜାଣିବା ଉଚିତ ଯେ ବିଜ୍ଞାନ ଏବଂ ତଥ୍ୟ ସାହାୟତାରେ ଟିକା ପ୍ରସ୍ତୁତ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ପ୍ରାଥମିକ ସୂଚନା ଅନୁସାରେ ଏହି ଟିକା ବର୍ତ୍ତମାନ ସୀମିତ ପରିମାଣରେ ଉପଲବ୍ଧ ଏବଂ ସ୍ୱାସ୍ଥ୍ୟ କର୍ମୀ, ଅତ୍ୟାବଶ୍ୟକ କାର୍ଯ୍ୟରେ ନିୟୋଜିତ ଅନ୍ୟ କର୍ମଚାରୀଙ୍କ ସୁରକ୍ଷା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି।

ଏହି ଟିକା ବଣ୍ଟନରେ ପେଣ୍ଟାଗନ୍ ମଧ୍ୟ ସକ୍ରିୟ ଭାବରେ ସାମିଲ ହେବ। କେବଳ ସାଧାରଣ ସ୍ୱାସ୍ଥ୍ୟ କର୍ମୀମାନେ ଏହି ଟିକା ଦେବେ। ଆଜାର ଏକ ବିବୃତ୍ତିରେ କହିଛନ୍ତି ଯେ ଅପରେସନ୍ ୱାର୍ପ ସ୍ପିଡ୍ ଅଧୀନରେ ଆମେ ପ୍ରଭାବଶାଳୀ ଟିକା ଯୋଗାଇବା ପାଇଁ ମାସ ମାସ ଧରି କାର୍ଯ୍ୟ କରିଆସୁଛୁ ଏବଂ ଏହା ମଧ୍ୟ ସମସ୍ତ ମାନଦଣ୍ଡ ପୂରଣ କରୁଛି।

Leave A Reply

Your email address will not be published.

3 × four =

error: Content is protected !!
Open chat