ଆମେରିକାର ଚୀନ୍ ଉପରେ ‘ଡିଜିଟାଲ୍ ଷ୍ଟ୍ରାଇକ୍’: ୨୪ଘଣ୍ଟା ମଧ୍ୟରେ ଟିକ୍ ଟକ୍ ଉପରେ ଲାଗିପାରେ ପ୍ରତିବନ୍ଧକ

0 452
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୮: କରୋନା ଭୂତାଣୁ ମହାମାରୀର ରୂପ ନେବା ପରଠାରୁ ଚୀନ୍ ସହ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କ ତିକ୍ତ ହୋଇଛି | ଅନେକ ସାକ୍ଷାତକାରରେ ଡୋନାଲ୍ଡ ଟ୍ରମ୍ପ ଚୀନକୁ ଟାର୍ଗେଟ କରିଛନ୍ତି ଏବଂ କରୋନା ଭୂତାଣୁ ବିସ୍ତାର ପାଇଁ ଚୀନକୁ ସିଧାସଳଖ ଦାୟୀ କରିଛନ୍ତି। କରୋନା ଭୂତାଣୁକୁ ନେଇ ଦୁଇ ଦେଶ ମଧ୍ୟରେ ତର୍କ ଚାଲିଥିବା ବେଳେ ଏବେ ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ ନିଷ୍ପତି ନେଇଛନ୍ତି | ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିବା ଖବର ସାମ୍ନାକୁ ଆସିଛି। ଟ୍ରମ୍ପ କହିଛନ୍ତି ଯେ, ଏକ କାର୍ଯ୍ୟନିର୍ବାହୀ ଆଦେଶ ସହିତ ୨୪ଘଣ୍ଟା ମଧ୍ୟରେ ଆମେରିକାରେ ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ଲଗାଯିବ।

ଆମେରିକାରେ ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ନିଷ୍ପତ୍ତି ନେଇଥିଲେ। ଟ୍ରମ୍ପ କହିଥିଲେ, ‘ଟିକ୍ ଟକ୍ ଉପରେ ପଦକ୍ଷେପ ନେବାକୁ ଆମ ପ୍ରଶାସନ ମଧ୍ୟ ଏହାର ମୂଲ୍ୟାଙ୍କନ କରୁଛି। ଏକ ଲୋକପ୍ରିୟ ଚାଇନିଜ୍ ଭିଡିଓ ଆପ୍ ବର୍ତ୍ତମାନ ଜାତୀୟ ସୁରକ୍ଷା ଏବଂ ସେନ୍ସରସିପ୍ ପ୍ରସଙ୍ଗର ଉତ୍ସ ପାଲଟିଛି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ କହିଛନ୍ତି ଯେ, ଟିକ୍ ଟକ୍ ଉପରେ ଆମର ନଜର ରହିଛି। ଆମ ପକ୍ଷରେ ଏହାକୁ ନିଷେଧ କରିବା ସହ ଅନ୍ୟାନ୍ୟ ବିକଳ୍ପ ମଧ୍ୟ ଅଛି | ତେବେ କ’ଣ ହୋଇପାରିବ ଆମେ ଦେଖିବୁ |

ଟ୍ରମ୍ପ ପ୍ରଶାସନ ଏବେ ଦୁଇଟି ବାଟ ଯଥା ଟିକ୍ ଟକ୍ ବ୍ୟାନ ବା ଏହାକୁ କିଣିବା ଉପରେ ଆଲୋଚନା କରୁଛି | ଯଦି ଏହାକୁ ଆମେରିକାରେ ବ୍ୟାନ ନ କରାଯାଏ, ତେବେ ଏହାକୁ ଆମେରିକାର ମାଇକ୍ରୋସଫ୍ଟ କମ୍ପାନୀ କିଣି ପରେ ବୋଲି ଚର୍ଚ୍ଚା ହେଉଛି |

Leave A Reply

Your email address will not be published.

4 × 1 =

error: Content is protected !!
Open chat