ଆସନ୍ତାକାଲି ଠାରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ଗ୍ରୀଷ୍ମଛୁଟି ଘୋଷଣା

0 280
greentech

ଭୁବନେଶ୍ୱର : ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ସରକାର ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ଆସନ୍ତାକାଲି ଠାରୁ ମେ ୩୧ ଯାଏଁ ଗ୍ରୀଷ୍ମଛୁଟି ଘୋଷଣା କରାଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଏହି ନିର୍ଦ୍ଦେଶ ନାମା ଜାରି କରାଯାଇଛି।
ଏହାସହ ଖରାଛୁଟି ନେଇ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଚିଠି ଲେଖାଯାଇଛି। ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ପ୍ରିନ୍ସପାଲମାନଙ୍କୁ ଏନେଇ ଚିଠି ଲେଖା ଯାଇଛି। ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଚିଠି ଲେଖିଛନ୍ତି। ଖରା ଛୁଟି ସମୟରେ ଅନଲାଇନ କ୍ଲାସ ଅଥବା ପରୀକ୍ଷାକୁ ବାରଣ କରାଯାଇଛି।

Leave A Reply

Your email address will not be published.

10 − 4 =

error: Content is protected !!
Open chat