ଆସନ୍ତା ୧୦ ଦିନ ମଧ୍ୟରେ ଦେଶରେ କରୋନା ଟିକାଦାନ ଆରମ୍ଭ ହେବ : ସ୍ବାସ୍ଥ୍ୟ ମନ୍ତ୍ରାଳୟ

0 492
greentech

ନୂଆଦିଲ୍ଲୀ : ଆସନ୍ତା ୧୦ ଦିନ ମଧ୍ୟରେ ଅର୍ଥାତ ଜାନୁଆରି ୧୩-୧୪ ସୁଦ୍ଧା ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇପାରେ ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ ସେ କହିଛନ୍ତି ଯେ ଦେଶରେ ଉପଲବ୍ଧ ଟିକାଗୁଡ଼ିକ ଶରୀରରେ ଆଣ୍ଟିବଡି ବା ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରିବ । ଏଣୁ ଭୂତାଣୁରେ ପରିବର୍ତ୍ତନ ଟିକାର କାର୍ଯ୍ୟକାରିତା ଉପରେ ସେପରି କିଛି ପ୍ରଭାବ ପକାଇବ ନାହିଁ ।

ସେ କହିଛନ୍ତି ଯେ ଭାରତରେ ଅନୁମତିପ୍ରାପ୍ତ ଟିକା  ଦୁଇଟି ସମ୍ପର୍କରେ ଯଥେଷ୍ଟ ତଥ୍ୟ ସରକାରଙ୍କ ପାଖରେ ରହିଛି । ସେସବୁ ତଥ୍ୟରୁ ଜଣାପଡ଼ିଛି ସେ ଏହି ଟିକାଗୁଡ଼ିକ ବେଶ ନିରାପଦ । ଏସବୁ ଟିକାଗୁଡ଼ିକର ରପ୍ତାନି ଉପରେ ମଧ୍ୟ ସରକାର କୌଣସି କଟକଣା ଲଗାଇନାହାନ୍ତି ।

ଭାରତରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି । ଦେଶରେ ଏବେ ଅଢେଇ ଲକ୍ଷରୁ କମ ସଂଖ୍ୟକ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ୪୪ ପ୍ରତିଶତ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ୫୬ ପ୍ରତିଶତ ଆକ୍ରାନ୍ତ ଘରେ ଚିକିତ୍ସିତ ହେଉଛନ୍ତି । ମୋଟାମୋଟି ଭାବେ ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ କରୋନା ମହାମାରୀର ଚାପ ହ୍ରାସ ପାଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

three × four =

error: Content is protected !!
Open chat