

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୩୦/୦୬:ଅନ୍ଲାଇନ୍ରେ ପାଠ ପଢ଼ିବେ ଯୁକ୍ତ ୨ ଛାତ୍ରଛାତ୍ରୀ। ବିଭିନ୍ନ ବିଷୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ନେଇ ହ୍ୱାଟ୍ସଆପ୍ ଗ୍ରୁପ କରିବେ। ଏହା ମାଧ୍ୟମରେ ଅନ୍ଲାଇନ୍ କ୍ଲାସ ନେବେ ଅଧ୍ୟାପକ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଯୁକ୍ତ ୨ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। କରୋନା ମହାମାରୀ ଲାଗି କଲେଜ ଖୋଲି ଶିକ୍ଷାଦାନ କରିବା ଅସମ୍ଭବ ହେଉଥିବାରୁ ଏହି ବିକଳ୍ପ ବ୍ୟବସ୍ଥା ଦ୍ୱାରା ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଇପାରିବ ବୋଲି ନିର୍ଦ୍ଦେଶାଳୟ ସ୍ପଷ୍ଟ କରିଛି।

ହ୍ୱାଟ୍ସଆପ୍ ଗ୍ରୁପ ମାଧ୍ୟମରେ ନିଜ ନିଜ ବିଷୟରେ ଇଣ୍ଟରନେଟ୍ ଲିଙ୍କ ଯୋଗାଇଦେବେ। ଅଧ୍ୟାପକମାନେ ପ୍ରତି ୧୫ ଦିନରେ ଥରେ ଅନ୍ଲାଇନ ଡାଉଟ୍ କ୍ସିଅରିଂ କ୍ଲାସ୍ ନେବେ। ଅନ୍ଲାଇନ କ୍ଲାସ୍ ସଠିକ୍ ଭାବେ ଚାଲିଛି କି ନାହିଁ ସେନେଇ କଲେଜ ଅଧ୍ୟକ୍ଷମାନେ ପ୍ରତି ମାସରେ ନିର୍ଦ୍ଦେଶାଳୟକୁ ରିପୋର୍ଟ ଦେବେ ବୋଲି ନିଷ୍ପତ୍ତି ହୋଇଛି।