ଏପ୍ରିଲ ୨ୟ ଭାଗରେ ରେକର୍ଡ ଭାଙ୍ଗିବ ତାତି : ସ୍କାଏମେଟ୍

0 347
greentech

ଭୁବନେଶ୍ବର : ଚଳିତ ବର୍ଷର ମାର୍ଚ୍ଚ ବିଗତ ୧୨୧ ବର୍ଷରେ ୩ୟ ସର୍ବାଧିକ ଉତ୍ତପ୍ତ ମାର୍ଚ୍ଚ ମାସର ମାନ୍ୟତା ପାଇବା ପରେ ଏବେ ଏପ୍ରିଲରେ ସ୍ଥିତି କଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏପ୍ରିଲ ମାସ ବି ବେଶ ଗରମ ରହିବ, ବିଶେଷକରି ଏପ୍ରିଲର ୨ୟ ଭାଗରେ ରେକର୍ଡ ତାତି ଅନୁଭୂତ ହେବ ।

ଏପରି କିଛି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ । ସ୍କାଏମେଟ ରିପୋର୍ଟ ଅନୁସାରେ ଏପ୍ରିଲ ମାସର ପ୍ରଥମ ଭାଗରେ ତାତି ସ୍ବାଭାବିକ ରହିବ । ଅର୍ଥାତ ବାତାବରଣ ଗରମ ରହିଲେ ବି ତାହା ରେକର୍ଡ ସ୍ତରକୁ ଯିବ ନାହି । କିନ୍ତୁ ଏପ୍ରିଲ ୨ୟ ଭାଗରେ ଦିନର ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ । ଏହା ବିଗତ ବର୍ଷମାନଙ୍କରେ ଏପ୍ରିଲରେ ଅନୁଭୂତ ତାପମାତ୍ରାଠାରୁ ବଳିଯିବ ଓ ଏହା ବିଗତ କିଛି ଦଶନ୍ଧି ମଧ୍ୟରେ ସର୍ବାଧିକ ଉତ୍ତପ୍ତ ଏପ୍ରିଲ ମାସରେ ପରିଗଣିତ ହେବ ।

ଗତ କାଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ଚଳିତ ବର୍ଷର ମାର୍ଚ୍ଚମାସ ଗତ ୧୧ ବର୍ଷରେ ସବୁଠୁ ଉତ୍ତପ୍ତ ମାର୍ଚ୍ଚ ମାସ ଓ ଗତ ୧୨୧ ବର୍ଷରେ ୩ୟ ସବୁଠୁ ଉତ୍ତପ୍ତ ମାର୍ଚ୍ଚ ମାସ ଥିଲା । ୨୦୧୦ର ମାର୍ଚ୍ଚ ମାସ ଗତ ୧୨୧ ବର୍ଷରେ ସବୁଠାରୁ ତତଲା ମାର୍ଚ୍ଚ ମାସ ଥିବାବେଳେ ୨୦୦୪ ୨ୟ ସବୁଠାରୁ ତତଲା ମାର୍ଚ୍ଚ ମାସ ବୋଲି  ଭାରତୀୟ ପାଣିପାଗ ବିଭାଗ କହିଛି ।

Leave A Reply

Your email address will not be published.

4 × two =

error: Content is protected !!
Open chat