ଏ ବର୍ଷ ଓଡ଼ିଶାରେ ସ୍ବାଭାବିକ ମୌସୁମୀ ବର୍ଷା, ଜୁନରେ ଅଧିକ ବର୍ଷିବ : ଆଇଏମଡି

0 179
greentech

ଭୁବନେଶ୍ବର : ଚଳିତ ମୌସୁମୀ ଋତୁରେ ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବ । ଜୁନ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ।

ସେ କହିଛନ୍ତି ଯ଼େ, ସାଧାରଣତଃ ଜୁନ ୧ରେ କେରଳରେ ମୌସୁମୀ ଆସିଥାଏ ଓ ତାହାର ୧୦ରୁ ୧୨ ଦିନ ପରେ ଓଡ଼ିଶାକୁ ମୌସୁମୀ ଆସିଥାଏ । କିନ୍ତୁ ଏବର୍ଷ ତାହା ଜୁନ ୩ରେ ଆସିବାର ସମ୍ଭାବନା ରହିଛି । ଓଡ଼ିଶାକୁ କେବେ ମୌସୁମୀ ଆସିବ ତାହାର ସଠିକ ତାରିଖ ଆଉ କିଛି ଦିନ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି । ଜୁନ ମାସରେ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ । ଜୁଲାଇ ଓ ଅଗଷ୍ଟ ମାସର ବର୍ଷା ସମ୍ପର୍କରେ ଆଗକୁ ପୂର୍ବାନୁମାନ କରାଯ଼ିବ ବୋଲି ଡ. ମହାପାତ୍ର କହିଛନ୍ତି ।
ସମଗ୍ର ଭାରତରେ ଏବର୍ଷ ମୌସୁମୀ ବର୍ଷାର ପରିମାଣ ସ୍ବାଭାବିକ ରହିବ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ୯୬ ରୁ ୧୦୪ ପ୍ରତିଶ ବର୍ଷ ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି ।

Leave A Reply

Your email address will not be published.

six + 15 =

error: Content is protected !!
Open chat