ଓଡିଆ ଯୁବ ବ୍ୟବସାୟୀଙ୍କୁ ଉଦ୍ୟମୀ କରିବା ପାଇଁ ଦାୟିତ୍ୱ ନେବାକୁ ପଡ଼ିବ – ଧର୍ମେନ୍ଦ୍ର ପ୍ରଧାନ

0 100
greentech

ଓଡିଆ ଯୁବ ବ୍ୟବସାୟୀଙ୍କୁ ଉଦ୍ୟମୀ କରିବା ପାଇଁ ଦାୟିତ୍ୱ ନେବାକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ
ଓଡିଶାରେ ଏମଏସଏମଇ ନିମନ୍ତେ ଆର୍ଥିକ ପ୍ୟାକେଜ୍‍ ଏବଂ ସୁଯୋଗ ଉପରେ ଗୁରୁତ୍ୱାରୋପ
-ରାଜ୍ୟରେ ଏମଏସଏମଇ କ୍ଷେତ୍ରର ବିକାଶ କରିବା ପାଇଁ ଅର୍ଥ, ଦକ୍ଷତା, କଞ୍ଚାମାଲ, ପରିଶ୍ରମୀ ମାନବସମ୍ବଳ, ନିଜସ୍ୱ ବଜାର ଭଳି କୌଣସି ଜିନିଷର ଅଭାବ ନାହିଁ
-କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଏମଏସଏମଇ ପାଇଁ ବଡ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି
-ବିଶ୍ୱ ବାଣିଜ୍ୟ ସହ ନିଜକୁ ଯୋଡିବାରେ ଓଡିଶାରେ ପର୍ଯ୍ୟାପ୍ତ ଭିତିଭୂମି ରହିଛି
-୧ ହଜାରରୁ ଊର୍ଦ୍ଧ୍ବ ପ୍ରତିନିଧିଙ୍କ ଅଂଶଗ୍ରହଣ
-ଏହି ଉଦ୍ୟମ ପାଇଁ ଓଡିଆ ସମାଜକୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ : ବିଶ୍ୱ ଏମଏସଏମଇ ଦିବସରେ ନୂଆଦିଲ୍ଲୀର ଓଡିଆ ସମାଜ ପକ୍ଷରୁ ଶନିବାର ଆୟୋଜିତ ୱେବିନାର ‘ଓଡିଶାରେ ଏମଏସଏମଇ ନିମନ୍ତେ ଆର୍ଥିକ ପ୍ୟାକେଜ୍‍ ଏବଂ ସୁଯୋଗ’ରେ ଭିଡିଓ କନଫରେନ୍ସିଂରେ ସାମିଲ ହୋଇ ଓଡିଆ ଯୁବ ବ୍ୟବସାୟୀଙ୍କୁ ଉଦ୍ୟମୀ କରିବା ପାଇଁ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଓଡିଶାରେ ଏମଏସଏମଇ ସମେତ ଅନ୍ୟ ଆନୁଷଙ୍ଗିକ କ୍ଷେତ୍ରର ବିକାଶ କରିବା ପାଇଁ ଅର୍ଥ, ଦକ୍ଷତା, କଞ୍ଚାମାଲ, ପରିଶ୍ରମୀ ମାନବ ସମ୍ବଳ, ନିଜସ୍ୱ ବଜାର ଭଳି କୌଣସି ଜିନିଷର ଅଭାବ ନାହିଁ। ଭାରତ ସରକାର ଓ ରାଜ୍ୟ ସରକାର ମିଳିତ ଭାବରେ ଏମଏସଏମଇ ପାଇଁ ବଡ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। ଓଡିଶାର ଭିତିଭୂମି ଓ ଭୌଗଳିକ ସ୍ଥିତି ଭାରତବର୍ଷର ଅନ୍ୟ ଅଞ୍ଚଳ ତୁଳନାରେ ଭିନ୍ନ ଏବଂ ଅପୂର୍ବ ସମ୍ଭାବନାର କ୍ଷମତା ରଖୁଛି। ବିଶ୍ୱ ବାଣିଜ୍ୟ ସହ ନିଜକୁ ଯୋଡିବାରେ ଓଡିଶାରେ ପର୍ଯ୍ୟାପ୍ତ ଭିତିଭୂମି ଅଛି। ଏହି ଦିଗକୁ ଲକ୍ଷ୍ୟରେ ରଖି ଓଡିଶାକୁ ନୂଆ ରାସ୍ତାରେ ନେବା ପାଇଁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ ଓଡିଆ ଲୋକଙ୍କର ଅଧିକ ଭୂମିକା ରହିବା ଦରକାର। ଓଡିଶାରେ ଏମଏସଏମଇ କ୍ଷେତ୍ରରେ ସୁଯୋଗ ତିଆରି କରିବା ପାଇଁ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯାଉ। ଓଡିଶା ଭଳି ରାଜ୍ୟରେ ବ୍ୟାଙ୍କର୍ସ ଏବଂ ଉଦ୍ୟୋଗୀ ମାନଙ୍କ ମଧ୍ୟରେ ଇକୋସିଷ୍ଟମ ତିଆରି କରାଯାଉ।

ଅନ୍ତରାଷ୍ଟ୍ରୀୟ ଏମଏସଏମଇ ଦିବସ ରେ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ଏମଏସଏମଇ କୃଷି ପରେ ଦ୍ୱିତୀୟ ସର୍ବାଧିକ ରୋଜଗାର ଯୋଗାଉଥିବା ବିଭାଗ ।
ବର୍ତ୍ତମାନର କୋଭିଡ-୧୯ ଅବସ୍ଥାରେ ପ୍ରଧାନମନ୍ତ୍ରୀଙ୍କର ପ୍ୟାକେଜ ଲୋକଙ୍କ ମନରେ ଆଶା ସୃଷ୍ଟି କରିଛି। ଏମଏସଏମଇ ପାଇଁ ବିନା ଗ୍ୟାରେଣ୍ଟିରେ ଋଣର ବ୍ୟବସ୍ଥା ହୋଇଛି। ୨୦୦ କୋଟି ଯାଏ ସରକାରୀ ଟେଣ୍ଡରରେ ବିଦେଶୀ କମ୍ପାନୀଙ୍କ ପାଇଁ ପ୍ରତିବନ୍ଧକ ଲଗା ଯାଇ କେବଳ ଭାରତୀୟ ଏମଏସଏମଇଙ୍କ ପାଇଁ ସୁଯୋଗ ସୃଷ୍ଟି କରା ଯାଇଛି। ଇ-ମାର୍କେଟ ଏକ୍ସଚେଞ୍ଜ ପାଇଁ ଗ୍ଲୋବାଲ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି। ଏହା ଛଡା ଅନେକ ରିଆତି ଯୋଜନା ଏମଏସଏମଇ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଲୋକମାନଙ୍କୁ ଏମଏସଏମଇ କ୍ଷେତ୍ରରେ ଆଗକୁ ଆସି ଅନ୍ୟମାନଙ୍କୁ ଚାକିରୀ ଦେବା ପାଇଁ କହି ପ୍ରେରଣା ଦେଇଛନ୍ତି

ସେ କହିଛନ୍ତି ଦେଶ ଓ ଦେଶ ବାହାରେ ଓଡିଆମାନେ ଭଲ କାମ କରୁଛନ୍ତି ଏବଂ ଆର୍ଥିକ ସମ୍ବନ୍ଧୀୟ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି। ରିଜର୍ଭ ବ୍ୟାଙ୍କ୍‍, ସେୟାର ମାର୍କେଟ, ବ୍ୟାଙ୍କିଙ୍ଗ ଜଗତ କିମ୍ବା ଆକାଉଟିଂ ଏବଂ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଓଡିଆ ଲୋକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ କାମ କରୁଛନ୍ତି। ଏହି ଲୋକମାନେ ହିଁ ନିଜର ଦାୟିତ୍ୱକୁ ଓଡିଆ ଲୋକଙ୍କ କାମରେ ଉପଯୋଗ କରନ୍ତୁ। ଆନୁଷଙ୍ଗିକ କ୍ଷେତ୍ର ସମେତ ଅର୍ଥନୈତିକ ବଜାରକୁ ମଧ୍ୟ ଗୁରୁତ୍ୱ ଦିଆଯାଉ। ଓଡିଶାର ଏମଏସଏମଇ କ୍ଷେତ୍ରରେ ସମ୍ଭାବନାକୁ ଦର୍ଶାଇବା ପାଇଁ ୱେବିନାର ଆୟୋଜନ କରିଥିବାରୁ ଓଡିଆ ସମାଜକୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ୱେବିନାର ସାମିଲ ପ୍ରବକ୍ତାଙ୍କୁ ଏହି କାର୍ଯ୍ୟକ୍ରମରେ ରାଜ୍ୟ, ଦେଶ ଓ ଦେଶ ବାହାରୁ ଆସିଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଶ୍ରୀ ପ୍ରଧାନ ନିବେଦନ କରିଥିଲେ।
ଭାରତ ସରକାରଙ୍କ ଅର୍ଥ ବିଭାଗର ସଚିବ ଦେବାଶିଷ ପଣ୍ଡା କହିଛନ୍ତି ଭାରତ ସରକାର ଆର୍ଥିକ ପ୍ୟାକେଜରେ ଏମଏସଏମଇ କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି ଯାହା ନୂଆ ନୂଆ ଉଦ୍ୟୋଗୀ ମାନଙ୍କୁ ସୁଯୋଗ ପ୍ରଦାନ କରିବ ଏବଂ ଆତ୍ମନିର୍ଭର ଭାରତ ଦିଗରେ ସହାୟକ ହେବ। ଅବସରପ୍ରାପ୍ତ ଆଇଏଏସ ଅଫିସର ଅରୁଣ ପଣ୍ଡା କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ମଧ୍ୟ ରେପୋ ରେଟ୍‍କୁ ହ୍ରାସ କରିଛି। ଓଡିଶାରେ ରାଉରକେଲା ଇସ୍ପାତ କାରଖାନା, ଯାଜପୁର କଳିଙ୍ଗ ନଗର ଭଳି ଶିଳ୍ପ ପ୍ରତିଷ୍ଠାନ ଥିବାରୁ ରାଜ୍ୟରେ ଏମଏସଏମଇ କ୍ଷେତ୍ରରେ ଅପାର ସମ୍ଭାବନାର ସୁଯୋଗ ସୃଷ୍ଟି ହୋଇଛି।
ଓଡିଶା ସରକାରଙ୍କ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଏମଏସଏଇ କ୍ଷେତ୍ର ଉପରେ ରାଜ୍ୟରେ ଥିବା ସୁଯୋଗ ଉପରେ ଖାଦ୍ୟ, ପେଟ୍ରୋକେମିକାଲ, ପର୍ଯ୍ୟଟନ, ସମେତ ୬ଟି କ୍ଷେତ୍ରକୁ ଗୁରୁତ୍ୱ ଦେଇଥିଲେ। ଭାରତ ସରକାରଙ୍କ ଦ୍ୱାରା ନିକଟରେ ଏହି କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ପାରାଦୀପ ପ୍ଲାଷ୍ଟିକ ପାର୍କ, ଭଦ୍ରକ ଟେକ୍ସଟାଇଲ ପାର୍କ ତଥା ଶିଳ୍ପ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବ ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ଓଡିଶାର ସରକାରଙ୍କ ଇଡକୋ ଏମଏସଏମଇ ବିଭାଗର ଅଧ୍ୟକ୍ଷ ସଞ୍ଜୟ ସିଂହ ଓ ଅଶୋକ କେ. ପ୍ରଧାନ ଓଡିଶାରେ ଏମଏସଏମଇକୁ ବିକଶିତ କରିବା ଦିଗରେ ନିଜ
ମତ ବ୍ୟକ୍ତ କରିଥିଲେ ଓ ନୂଆ ଉଦ୍ୟୋଗୀ ମାନଙ୍କୁ ସଫଳତା ଦେବ ବୋଲି କହିଥିଲେ।
ଉଲ୍ଲେଖନୀୟ ଯେ, ଏହି ୱେବିନାରରେ ଓଡିଶା, ଦେଶ ଏବଂ ଦେଶ ବାହାରୁ ୧ ହଜାରରୁ ଊର୍ଦ୍ଧ୍ବ ଓଡିଆ ବ୍ୟବସାୟ ଜଗତ ସମେତ ଅନେକ କ୍ଷେତ୍ରରେ କାମ କରୁଥିବା ଓଡିଆ ଲୋକମାନେ ଭିଡିଓ କନଫରେନ୍ସିଂ ଜରିଆରେ ଅଂଶଗ୍ରହଣ କରିଥିବା ବେଳେ ଭାରତ ସରକାରଙ୍କ ଅର୍ଥ ବିଭାଗର ସଚିବ ଦେବାଶିଷ ପଣ୍ଡା,ଅବସରପ୍ରାପ୍ତ ଆଇଏଏସ ଅଫିସର ଅରୁଣ ପଣ୍ଡା, ଓଡିଶା ସରକାରଙ୍କ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଓଡିଶାର ସରକାରଙ୍କ ଇଡକୋ ଏମଏସଏମଇ ବିଭାଗର ଚେୟାରମ୍ୟାନ ସଞ୍ଜୟ ସିଂହ ପ୍ରମୁଖ ପ୍ରବକ୍ତା ଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ମତ ରଖିିଥିଲେ। ଶେଷରେ ଓଡିଆ
ସମାଜର ଅଧ୍ୟକ୍ଷ ସିଦ୍ଧାର୍ଥ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.

4 × four =

error: Content is protected !!
Open chat