ଇ-କମର୍ସ କମ୍ପାନୀ ‘ଫ୍ଲିପ୍‌କାର୍ଟ’ ଅଧିଗ୍ରହଣ କଲା ‘ଓ୍ବାଲ୍‌ମାର୍ଟ ଇଣ୍ଡିଆ’ର ୧୦୦% ଅଂଶଧନ।

0 404
greentech

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୭ : ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ ଓ୍ବାଲ୍‌ମାର୍ଟ ଇଣ୍ଡିଆ ହୋଲ୍‌ସେଲ୍‌ ବିଜ୍‌ନେସର ୧୦୦% ଅଂଶଧନ ହାସଲ କରିଛି। ରିଟେଲ ଇକୋସିଷ୍ଟମ ପରିବର୍ତ୍ତନ ଦିଗରେ ଏହା ସହାୟକ ହେବ। ଦେଶର କ୍ଷୁଦ୍ର ବ୍ୟବସାୟଗୁଡିକର କ୍ଷମତା ବିସ୍ତାର କରିବାରେ ଏହା କାର୍ଯ୍ୟକରିବ ବୋଲି କୁହାଯାଉଛି।

ଏହା ବାଦ୍‌ କମ୍ପାନୀ ଭାରତରେ ଫ୍ଲିପ୍‌କାର୍ଟ ହୋଲ୍‌ସେଲ ଶୁଭାରମ୍ଭ କରିବା ଲାଗି ଘୋଷଣା କରିଛି। ଅଗଷ୍ଟରେ ଏହି ସେବାର ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ସୂଚନା ଦିଆଯାଇଛି। ଓ୍ବାଲ୍‌ମାର୍ଟ ଇଣ୍ଡିଆ ବେଷ୍ଟ ପ୍ରାଇସ କ୍ୟାଶ ଆଣ୍ଡ କ୍ୟାରି ବିଜ୍‌ନେସର ସଞ୍ଚାଳନ କରୁଛି। ଫ୍ଲିପ୍‌କାର୍ଟ ହୋଲ୍‌ସେଲରେ କିରାନା ଏବଂ ଫ୍ୟାଶନ ସେଗ୍‌ମେଣ୍ଟର ସାମଗ୍ରୀ ଉପଲବ୍ଧ ହେବ।

Leave A Reply

Your email address will not be published.

2 − one =

error: Content is protected !!
Open chat