ଭୁବନେଶ୍ୱର ରେ ଚିହ୍ନଟ ହେଲେ ୧୧୧ ସଂକ୍ରମିତ, ମୋଟ ସଂଖ୍ୟା ୧୮୨୮ ହେଲା; କଟକ ସହରରୁ ଚିହ୍ନଟ ହେଲେ ୩୫ ଆକ୍ରାନ୍ତ , ମୋଟ ପଜିଟିଭ ସଂଖ୍ୟା ୬୧୪ :

0 283
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: ସୂଚନା ଅନୁଯାୟୀ, ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୨୮ କୁ ବୃଦ୍ଧି ହୋଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୬୩ ଜଣ ସୁସ୍ଥ ହୋଇ ହୋଇଥିବା ବେଳେ ୯୫୨ ଜଣ ଚିକିତ୍ସାଧିନ ଅଛନ୍ତି ଓ ୧୧ ଜଣଙ୍କର ମୃତ୍ୟୁ ଘଟିଛି ।

ଘରୋଇ ସଙ୍ଗରୋଧରୁ ଚିହ୍ନଟ ୬୨ଜଣଙ୍କ ଭିତରୁ ହଂସପାଳର ଜ‌ଣେ ଯୁବକ, ଆଇଗିଣିଆରୁ ୯ ଜଣ, ଚନ୍ଦ୍ରଶେଖରପୁରରୁ ଜଣେ ମହିଳା, ନିଳାଦ୍ରୀ ବିହାରରୁ ୪ ଜଣ, ନୂଆପଲ୍ଲୀରୁ ଜଣେ ମହିଳାଙ୍କ ସମେତ ୨ ଜଣ, ଖଣ୍ଡଗିରିରୁ ଜଣେ, ଡୁମ୍‌ଡୁମାରୁ ଜଣେ ଏକ ବେସରକାରୀ ହସ୍ପିଟାଲ୍‌ରୁ ଜଣେ ମହିଳା, ରସୁଲଗଡ଼ରୁ ୩ ଜଣ, ଚନ୍ଦ୍ରଶେଖରପୁରରୁ ଜଣେ ମହିଳା, ଖଣ୍ଡଗିରିରୁ ଜଣେ, ବରଗଡ଼ ବ୍ରିଟ୍‌ କଲୋନୀରୁ ଜଣେ, ଜଣେ ମହିଳା ସମେତ ମୈତ୍ରୀ ବିହାରରୁ ୨ ଜଣ, ଆଖଣ୍ଡଳମଣିତ ବସ୍ତିରୁ ୨ ଜଣ, ଚନ୍ଦକା ଇଣ୍ଡଷ୍ଟ୍ରିଆଲ୍‌ ଇ‌ଷ୍ଟେଟ୍‌ରୁ ଜଣେ ଓ ନୀଳମାଧବ ବସ୍ତିରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ଅଶୋକ ନଗରରୁ ଜଣେ ମହିଳା, ଡୁମ୍‌ଡୁମାରୁ ଜଣେ ମହିଳା ସମେତ ୩ ଜଣ, ପଳାଶପଲ୍ଲୀରୁ ଜଣେ, ହଳଦୀପଡ଼ାରୁ ଜଣେ, ଆଇଆର୍‌ସି ଭିଲେଜ୍‌ରୁ ୩ ମହିଳା ସମେତ ୬ ଜଣ, ମଞ୍ଚେଶ୍ବରରୁ ୨ ମହିଳା, ଝାରପଡ଼ାରୁ ଜଣେ, ରାଜମହଲ କନ୍‌ଷ୍ଟ୍ରକ୍ସନ କମ୍ପାନିରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ, ଚନ୍ଦ୍ରଶେଖରପୁରରୁ ଜଣେ, ଅନ୍ୟ ଏକ ବେସରକାରୀ ହସ୍ପିଟାଲ୍‌ରୁ ଜଣେ, ଡୁମ୍‌ଡୁମା ସଂଗରୋଧ କେନ୍ଦ୍ରରୁ ୫ ଜଣ, ଶାସ୍ତ୍ରୀ ନଗରରୁ ଜଣେ, ନୂଆପଲ୍ଳୀରୁ ଜଣେ, ଓଲ୍‌ଡ ଟାଉନ୍‌ରୁ ଜଣେ, ୟୁନିଟ୍‌-୬ରୁ ଜଣେ, ଜଣେ ରେଳବାଇ କର୍ମଚାରୀ ମଧ୍ୟ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ବରରୁ ଚିହ୍ନଟ ୪୯ ସ୍ଥାନୀୟ ସଂକ୍ରମଣ ମଧ୍ୟରୁ ଜୟଦେବ ବିହାରରୁ ଜଣେ, ସାଲିଆସାହିରୁ ଜଣେ, ଆଖଣ୍ଡଳମଣି ବସ୍ତିରୁ ଜଣେ, ବମିଖାଲରୁ ଜଣେ, ପଥରବନ୍ଧ ବସ୍ତିରୁ ଜଣେ, ଗଙ୍ଗାନଗରରୁ ଜଣେ, ପାଣ୍ଡରାରୁ ୩ ଜଣ ମହିଳା, ୟୁନିଟ-୬ରୁ ୨ ଜଣ, ୟୁନିଟ୍‌-୪ରୁ ଜଣେ, ଭରତପୁରରୁ ଜଣେ, ଆଇଆର୍‌ସି ଭିଲେଜରୁ ୪, ଭୋଇନଗରରୁ ଜଣେ, ପୁଲିସ୍‌ ଏକାଡେମିରୁ ୨ ଜଣ, ଫ୍ୟାୟାର ଷ୍ଟେସନ ବସ୍ତିରୁ ଜଣେ, ଏକ କେନ୍ଦ୍ର ସରକାରୀ ହସ୍ପିଟାଲ୍‌ରୁ ୨ ଜଣ, ଚକେଇସେଣିରୁ ଜଣେ, ବାଣୀବିହାରୁ ଜଣେ, ଖାରବେଳନଗରରୁ ଜଣେ ଓ ସିଜୁଆରୁ ଜଣେ ମହିଳା ଅଛନ୍ତି। ଏଥିସହ ୟୁନିଟ-୧ରୁ ୨ ମହିଳାଙ୍କ ସମେତ ୩ ଜଣ, ଚନ୍ଦ୍ରଶେଖରପୁରରୁ ଜଣେ, ପାହାଳରୁ ଜଣେ, ପାଇକନଗରରୁ ଜଣେ, ଘଟିକିଆରୁ ଜଣେ, ସିଆର୍‌ପି ସ୍କ୍ବାୟାରରୁ ଜଣେ, ଜୟଦୁର୍ଗାନଗରରୁ ଜଣେ, ସୁନ୍ଦରପଦାରୁ ଜଣେ, ଝାରପଡ଼ାରୁ ଜଣେ ମହିଳା, ଜାଗମରାରୁ ଜଣେ ମହିଳା, କଳ୍ପନାରୁ ଜଣେ, ଭରତପୁରରୁ ଜଣେ, ବରମୁଣ୍ଡାରୁ ଜଣେ , ଖଣ୍ଡଗିରିରୁ ଜଣେ, ଶୈଳସୀ ବିହାରରୁ ଜଣେ, ଜଣେ କମିସନରେଟ ପୁଲିସ୍‌ କର୍ମୀ, ବରଗଡ଼ ବ୍ରିଟ୍‌ କଲୋନିରୁ ଜଣେ, ନ୍ୟୁ ଫରେଷ୍ଟ୍‌ ପାର୍କ କଲୋନୀରୁ ଜଣେ ଓ ମାଆ ମଙ୍ଗଳା ବସ୍ତିରୁ ଜଣେ ସ୍ଥାନୀୟ ସଂକ୍ରମଣ ଅଛନ୍ତି।

ଆଜି କଟକ ସହରରୁ ପୁଣି ୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିନ୍ତୁ ଗତକାଲି ତୁଳନାରେ ଆଜି କଟକ ସହରରେ କରୋନା ନେଇ ସ୍ଥିତି ଭଲ ରହିଛି । ଗତକାଲି କଟକ ସହରର ବିଭିନ୍ନ ଅଂଚଳରୁ ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

କଟକ ମହାନାଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସିଏମସି ଅନୁସାରେ ଆଜି ୨୯ ଜଣ କ୍ୱାରେଣ୍ଟାଇନରୁ । ଏଥିରୁ ୨୬ ଜଣ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ ଇଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ କରୋନା ପଜିଟିଭ ଥିବା ଜଣାଯାଇଛି । ଏସସିବି ମେଡିକାଲ ଆଇସୋଲେସନ ୱାର୍ଡରୁ ୩ ଜଣ (୬୫ ବର୍ଷିଅ ପୁରୁଷ, ୩୨ ବର୍ଷୀୟା ମହିଳା ଓ ୨୭ ବର୍ଷୀୟା ମହିଳା) ତିନି ଜଣ କରୋନା ଯୋଦ୍ଧା (୨୩ ବର୍ଷ, ୨୪ ବର୍ଷ ଓ ୨୬ ବର୍ଷ । ସମସ୍ତେ ଯୁବତୀ) କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ହୋମକ୍ୱରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କାଳିଗଲିର ୩ ଜଣ ସାମିଲ ଅଛନ୍ତି । ଏମାନଙ୍କ ବୟସ ହେଉଛି ୫୦ ବର୍ଷୀୟ ମହିଳା, ୬୧ ବର୍ଷୀୟ ବୃଦ୍ଧ ଓ ୨୦ ବର୍ଷିଅ ଯୁବକ । ପୁରୁଣା ରାଉସପାଟଣା କଣ୍ଟେନମେଣ୍ଟ ଜୋନରୁ ଆଜି ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସିଡିଏ ସେକ୍ଟର-୬ରୁ ଜଣେ ୪୨ ବର୍ଷିଅ ପୁରୁଷ ଓ ବିନୋଦ ବିହାରରୁ ଜଣେ ୨୮ ବର୍ଷୀୟା ମହିଳା ଓ ୬ ବର୍ଷର ଶିଶୁକନ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଉସପାଟଣାରୁ ଜଣେ ୨୫ ବର୍ଷିଅ ପୁରୁଷ, ଶିଖରପୁରରୁ ଜଣେ ୬୦ ବର୍ଷିଅ ବୃଦ୍ଧ ଓ ଚାନ୍ଦିନୀଚୌକରୁ ଜଣେ ୬୦ ବର୍ଷୀୟା ବୃଦ୍ଧା ଲୋକାଲ କେସ ଭାବେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ, କଟକ ସହରରୁ ଏଯାଏଁ ୬୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୭୩ ଜଣ ସୁସ୍ଥ ହୋଇଥିବା ବେଳେ ୩୩୩ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି । କିନ୍ତୁ ୮ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

11 − 2 =

error: Content is protected !!
Open chat