ଓଡ଼ିଶା : ଲକ୍‌ଡାଉନ୍‌ରେ ୬୪ % ଦୁର୍ଘଟଣା କମିଛି

0 235
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୫/୦୭ : ଚଳିତ ବର୍ଷ ମାର୍ଚ୍ଚରୁ ମେ’ ମଧ୍ୟରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌ ବଳବତ୍ତର ରହିଥିଲା। କେବଳ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ଛାଡ଼ିଦେଲେ ବାକି ଗାଡ଼ି ଚଳାଚଳ‌‌ରେ କଟକଣା ରହିଥିଲା। କିନ୍ତୁ ଏତେ କମ୍‌ ଗାଡ଼ି ଚଳାଚଳ ସତ୍ତ୍ବେ ମାର୍ଚ୍ଚ ୨୪ରୁ ମେ’ ୩୧ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ୮୩୬ ଦୁର୍ଘଟଣା ଘଟିଛି। ଏଥିରେ ୭୨୨ଜଣ ଗୁରୁତର ହୋଇଥିବା ବେଳେ ୩୮୪ ଜଣଙ୍କର ମୃତ୍ୟୁ ଘଟିଛି। ୨୦୧୯ ମସିହାରେ ଠିକ୍‌ ଏହି ଅବଧି ମଧ୍ୟରେ ୨୧୦୭ଟି ଦୁର୍ଘଟଣା ଘଟିଥିବା ବେଳେ ୨୧୭୫ଜଣ ଆହତ ଓ ୧୦୮୭ ଜଣ ପ୍ରାଣ ହରାଇଥିଲେ। ରାଜ୍ୟ ସରକାରଙ୍କ ପ୍ରଦତ୍ତ ଏହି ତଥ୍ୟ ଅନୁଯାୟୀ, ଏହି ସମୟସୀମାରେ ଗତବର୍ଷଠାରୁ ଚଳିତ ବର୍ଷ ଦୁର୍ଘଟଣାର ହାର ୬୪ ପ୍ରତିଶତ ହ୍ରାସ ପାଇଛି। ଏହା ଆଶ୍ବସ୍ତିକର ହୋଇଥିଲେ ହେଁ କମ୍‌ ଗାଡ଼ି ଚଳାଚଳ ଓ ମାତ୍ର ୬୮ ଦିନ ମଧ୍ୟରେ କିପରି ଏତେ ଲୋକଙ୍କ ମୃତ୍ୟୁ ଘଟିଲା, ତାହା ଉଦ୍‌ବେଗର ବିଷୟ। ଯଦି କଟକଣା ଥିଲା, ତେବେ ଏତେ ସଂଖ୍ୟାରେ ଗାଡ଼ି ବାହାରକୁ କେମିତି ବାହାରିଲା ଓ ଦୁର୍ଘଟଣାର ଶିକାର ହେଲା। ନା କଟକଣା କୋହଳ ଥିଲା, ଯେଉଁଥିପାଇଁ ଏତେ ସଂଖ୍ୟାରେ ଜୀବନ ଚାଲିଗଲା, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ପୁଲିସ୍ ସୂଚନା ମୁତାବକ, ଜାତୀୟ ରାଜପଥରେ ଦୁର୍ଘଟଣାର ଶିକାର ହୋଇଥିବା ଶତପ୍ରତିଶତ ଗାଡ଼ିଗୁଡ଼ିକ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନବାହନ। ରାସ୍ତା ଖାଲି ଏବଂ ଟ୍ରାଫିକ୍ କଟକଣା ନଥିବାରୁ ଅଧିକାଂଶ ଯାନ ଦ୍ରୁତ ଗତିରେ ଯା’ ଆସ କରୁଥିଲା। ଭାରସାମ୍ୟ ହରାଇ ଅନେକ ଗାଡ଼ି ରାସ୍ତାକଡ଼କୁ ଓଲଟି ପଡ଼ିଥିବା ବେଳେ କିଛି ଡିଭାଇଡର୍‌ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ଗାଡ଼ି ଚାଳକ ବା ଗାଡ଼ିର କର୍ମଚାରୀ ଥିଲେ ବୋଲି ପୁଲିସ୍‌ କହିଛି।

ଏଇ ତ ଗଲା ଲକ୍‌ଡାଉନ୍‌ ସମୟର କଥା। ଅପରପକ୍ଷେ ୨୦୧୯ ତୁଳନାରେ ପ୍ରଥମ କ୍ବାର୍ଟର ବା ବର୍ଷର ପ୍ରଥମ ତିନିମାସ(ଜାନୁଆରି, ଫେବ୍ରୁଆରି ଓ ମାର୍ଚ୍ଚ)କୁ ବିଚାରକୁ ନେଲେ ୨୦୨୦ରେ ସଡ଼କ ଦୁର୍ଘଟଣା ମାତ୍ର ୧୫ ପ୍ରତିଶତ କମ୍ ରହିଛି। ସରକାରୀ ତଥ୍ୟ ମୁତାବକ, ୨୦୧୯ ଜାନୁଆରି, ଫେବ୍ରୁଆରି ଏବଂ ମାର୍ଚ୍ଚରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୧୫୮୦ ଥିବା ବେଳ‌େ ୨୦୨୦ରେ ଏହି ଅବଧିରେ ମୃତ୍ୟୁ ସଂଖ୍ୟା ୧୩୪୬ ରହିଛି।

ଉଲ୍ଲେଖଯୋଗ୍ୟ, ଲକ୍‌ଡାଉନ୍‌ରେ ଗାଡ଼ି ଚଳାଚଳ ଉପରେ କଡ଼ା କଟକଣା ରହିଥିଲେ ମଧ୍ୟ ଏତେସଂଖ୍ୟକ ଦୁର୍ଘଟଣା କିଭଳି ଘଟିଲା, ତାହାକୁ ନେଇ ସୁପ୍ରିମକୋର୍ଟଙ୍କ ସଡ଼କ ନିରାପତ୍ତା କମିଟି ତନାଘନା କରିଥିଲା। ଏହି ଅବଧିରେ କେଉଁ ରାଜ୍ୟରେ କେତେ ଦୁର୍ଘଟଣା ଘଟିଲା? କେତେ ଗୁରୁତର ଆହତ ବା ପଙ୍ଗୁ ହେଲେ? କେତେ ପ୍ରାଣ ହରାଇଲେ? କେତେ ‘ଗୁଡ୍‌ ସମରିଟାନ୍‌’ ପୁରସ୍କୃତ ହେଲେ? ଆମ୍ବୁଲାନ୍ସ କେତେ ଆହତଙ୍କୁ ହସ୍‌ପିଟାଲ ଆଣିଲା? ପୁଲିସ ପିସିଆର୍‌ କେତେଜଣଙ୍କୁ ଉଦ୍ଧାର କଲା? ଏ ସବୁ ଉପ‌‌ରେ କମିଟି ସମସ୍ତ ରାଜ୍ୟ ସରକାରଙ୍କଠାରୁ ଉତ୍ତର ତଲବ କରିଥିଲା।

Leave A Reply

Your email address will not be published.

5 × one =

error: Content is protected !!
Open chat