କଙ୍ଗନା ରାଣାୱତଙ୍କୁ କେନ୍ଦ୍ର ସରକାର ଦେଲେ ‘ୱାଇ‘ ବର୍ଗର ସୁରକ୍ଷା; ଟ୍ୱିଟ କରି ଅମିତ ଶାହାଙ୍କୁ ଜଣାଇଲେ ଧନ୍ୟବାଦ

0 361
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୯ : ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ‘ୱାଇ‘ ବର୍ଗର ସୁରକ୍ଷା ଦିଆଯାଇଛି। ଏଥିପାଇଁ ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଙ୍ଗନା କହିଛନ୍ତି ଯେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ଶାହା ମୋତେ କିଛି ଦିନ ପରେ ମୁମ୍ବାଇ ଯିବାକୁ ପରାମର୍ଶ ଦେଇଥାନ୍ତେ, କିନ୍ତୁ ସେ ଭାରତର ଗୋଟିଏ ଝିଅକୁ ବଞ୍ଚାଇବା (ସୁରକ୍ଷା ଦେବା)ର କଥା ରଖିଲେ।

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ମିଳିଛି | ସୂଚନାନୁସାରେ, ଗୃହ ମନ୍ତ୍ରାଳୟ ପକ୍ଷରୁ କଙ୍ଗନାକୁ ‘ୱାଇ’ ଶ୍ରେଣୀ ସୁରକ୍ଷା ଦିଆଯାଇଛି। ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଏହି ସୁରକ୍ଷା ପ୍ରଦାନ କରାଯାଇଛି। କିଛି ଦିନ ତଳେ ସଞ୍ଜୟ ରାଉତ କଙ୍ଗନାଙ୍କୁ ମୁମ୍ବାଇ ନ ଆସିବାକୁ ପରାମର୍ଶ ଦେଇଥିଲେ। ଧମକ ପାଇ କଙ୍ଗନା କାହା ଧମକକୁ ନ ଡ଼ରି ମୁମ୍ବାଇ ଆସିବାକୁ ନିଷ୍ପତ୍ତି ନେଇଥିଲେ।

ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ କେନ୍ଦ୍ର ଗୃହ ମନ୍ତ୍ରାଳୟ କଙ୍ଗନା ରାଣାୱତଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ସୁରକ୍ଷା ପାଇଁ ୧୧ଜଣ ଯବାନ ନିୟୋଜିତ ହେବେ। ସେଥିରେ ଗୋଟିଏ କିମ୍ବା ଦୁଇଟି କମାଣ୍ଡୋ ଏବଂ ବାକି ପୁଲିସ ଅଧିକାରୀ ରହିବେ | ଏହାର ବିଜ୍ଞପ୍ତି କିଛି ସମୟ ମଧ୍ୟରେ ପ୍ରକାଶ ପାଇପାରେ ବୋଲି ଜଣା ପଡ଼ିଛି | କୁହାଯାଉଛି ଯେ, ସେପ୍ଟେମ୍ବର ୯ରେ ଯେତେବେଳେ କଙ୍ଗନା ମୁମ୍ବାଇରେ ପହଞ୍ଚିବେ, ସେତେବେଳେ ତାଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ମିଳିବ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ୱାଇ’ ବର୍ଗର ସୁରକ୍ଷା ପାଇବା ପରେ କଙ୍ଗନା ରାଣାୱତ କହିଛନ୍ତି ଯେ, ଏବେ କେହି ଜଣେ ଦେଶପ୍ରେମୀର ସ୍ୱରକୁ ଚପାଇବାକୁ ପାରିବେ ନାହିଁ,ଯାହା କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଛି। ମୁଁ ଅମିତ ଶାହା ଜୀଙ୍କୁ ଧନ୍ୟବାଦ ଜଣାଉଛି, ସେ ଚାହିଁଥିଲେ ମୋତେ କିଛି ଦିନ ପରେ ମୁମ୍ବାଇ ଆସିବା ପାଇଁ ପରାମର୍ଶ ଦେଇଥାନ୍ତେ, କିନ୍ତୁ ସେ ଭାରତର ଏକ ଝିଅ କହିଥିବା କଥାର ସମ୍ମାନ ରଖିଛନ୍ତି। ଆମର ସ୍ବାଭିମାନ ଏବଂ ଆତ୍ମସମ୍ମାନକୁ ବଞ୍ଚାଇଛନ୍ତି।

ବାସ୍ତବରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ କଙ୍ଗନା ଆରମ୍ଭରୁ ସ୍ୱର ଉତ୍ତୋଳନ କରିଥିଲେ। ବଲିଉଡ ମାଫିଆ, ନେପୋଟିଜିମ୍ ଏବଂ ବର୍ତ୍ତମାନ ଡ୍ରଗ୍ସ କାରବାର ପ୍ରସଙ୍ଗରେ ସେ ଖୋଲାଖୋଲି ବକ୍ତବ୍ୟ ରଖିଥିଲେ। ନିଜ ବକ୍ତବ୍ୟ ଯୋଗୁଁ ସେ କେବଳ ବଲିଉଡ ସେଲିବ୍ରିଟିଙ୍କ ଟାର୍ଗେଟରେ ଆସି ନାହାଁନ୍ତି ବରଂ ଅନେକ ରାଜନୈତିକ ଦଳ ମଧ୍ୟ ତାଙ୍କୁ ଟାର୍ଗେଟ କରୁଛନ୍ତି।

ଇତି ମଧ୍ୟରେ ଶିବସେନା ନେତା ସଞ୍ଜୟ ରାଉତ ଏବଂ କଙ୍ଗନା ରାଣାୱତଙ୍କ ମଧ୍ୟରେ ବାକ୍ୟବାଣ ତୀବ୍ର ହୋଇଛି। କଙ୍ଗନା କହିଥିଲେ ଯେ ସେ ବଲିଉଡ ମାଫିଆଙ୍କ ଅପେକ୍ଷା ମୁମ୍ବଇ ପୋଲିସକୁ ଅଧିକ ଭୟ କରୁଛନ୍ତି। ଏହା ପରେ ରାଉତ ତାଙ୍କୁ ମୁମ୍ବଇ ନ ଆସିବାକୁ ପରାମର୍ଶ ଦେଇଥିଲେ। ଏହା ପରେ କଙ୍ଗନା ଚ୍ୟାଲେଞ୍ଜ କରିଥିଲେ ଯେ ସେ ସେପ୍ଟେମ୍ବର ୯ରେ ମୁମ୍ବଇ ଆସୁଛନ୍ତି।

ମହାରାଷ୍ଟ୍ରର ଶାସକ ଦଳ ଶିବସେନା ଏହାର ମୁଖପତ୍ର ‘ସାମାନା’ରେ କଙ୍ଗନାକୁ ‘ମାନସିକ ବିକାରଗ୍ରସ୍ତ ମହିଳା'(ମେଣ୍ଟାଲ ଓମ୍ୟାନ) ବୋଲି ବର୍ଣ୍ଣନା କରିଛି। ‘ସାମନା’ କହିଛି ଯେ ଆସନ୍ତା ମୌସୁମୀ ଅଧିବେଶନରେ ବିରୋଧୀଦଳ ମଧ୍ୟ ବାହାର ଲୋକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ଉଚିତ୍। ଶିବସେନା କହିଛି ଯେ ଏହା ସହନଶୀଳତାର ବାହାରେ ଯେ ମୁମ୍ବଇ ଆସି ସବୁକିଛି ହାସଲ କରିଥିବା ଜଣେ ବାହାର ଲୋକ ମୁମ୍ବଇକୁ ଅପମାନିତ କରୁଛନ୍ତି ଏବଂ ଭୁଲ କଥା କହୁଛନ୍ତି। ଏହାକୁ ସମାଲୋଚନା କରାଯିବା ଉଚିତ୍ |

ଶିବସେନା କହିଛି ଯେ ‘ମାନସିକ ବିକାରଗ୍ରସ୍ତ ମହିଳା’ ମୁମ୍ବଇ ଏବଂ ମୁମ୍ବଇ ପୋଲିସକୁ ଅପମାନିତ କରିଛି। ଏଭଳି ପରିସ୍ଥିତିରେ ସେମାନଙ୍କର ମହାରାଷ୍ଟ୍ରରେ ରହିବାର ଅଧିକାର ନାହିଁ। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏହି ବିଷୟରେ ଏକ ବିବୃତ୍ତି ଦେଇସାରିଛନ୍ତି। ଯାହା ପାଳନ କରାଯିବ।

Leave A Reply

Your email address will not be published.

three × three =

error: Content is protected !!
Open chat