କଟକରେ କରୋନା ହେଲାଣି ଅଣାୟତ୍ତ : ମହାନଗର ନିଗମ ଅଞ୍ଚଳରେ ଆଜିଠାରୁ ଜୁଲାଇ ୮ ପର୍ଯ୍ୟନ୍ତ ସଟଡାଉନ

0 313
greentech

କଟକ, (କଳିଙ୍ଗ ଜ୍ୟୋତି), ୦୪/୦୭ : କଟକ ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ବଢୁଥିବା ଦେଖି ଆଜିଠାରୁ ଆସନ୍ତା ଜୁଲାଇ ୮ତାରିଖ ପର୍ଯ୍ୟନ୍ତ କଟକ ସହରକୁ ସଟଡାଉନ କରାଯାଇଛି । ଏହି ସଟଡାଉନ ୮ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲାଗୁ ରହିବ । ଏ ନେଇ ଆଜି ଘୋଷଣା କରିଛି କଟକ ମହାନଗର ନିଗମ(ସିଏମସି) ।

ତେବେ ଏହି ସମୟରେ ଲୋକେ ସକାଳ ୫ରୁ ସନ୍ଧ୍ୟା ୬ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ । ସଟଡାଉନ କାଳରେ ଔଷଧ ଦୋକାନ ଖୋଲା ରହିବା ସହ ଜରୁରୀ ଜିନିଷର ଅନଲାଇନ ଡେଲିଭରିକୁ ଅନୁମତି ଦିଆଯିବ । ଏହା ସହ ଜରୁରୀ ସେବା ଯେମିତିକି ପାଣି ଏବଂ ବିଦ୍ୟୁତ ଯୋଗାଣ ଅନ୍ୟ ଦିନ ଭଳି ଚାଲୁ ରହିବ ବୋଲି ସିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଜିନିଷ କିଣିବା ସମୟରେ ସତର୍କ ରହିବା ପାଇଁ କହିଛି ସିଏମସି । ଲୋକଙ୍କୁ ସାମାଜିକ ଦୂରତା ଅବଲମ୍ବନ କରି ଏବଂ ମାସ୍କ ପିନ୍ଧି ଜରୁରୀ ଜିନିଷ କିଣିବାକୁ ହେବ । ଜରୁରୀ ନ ଥିଲେ କେହି ବାହାରକୁ ନବାହାରିବା ପାଇଁ ସିଏମସି ପକ୍ଷରୁ ନିର୍ଦେଶ ଦିଆଯାଇଛି ।

Leave A Reply

Your email address will not be published.

sixteen + three =

error: Content is protected !!
Open chat