କଟକରେ ମାଡିଚାଲିଛି କରୋନା : ଆଜି ସହରାଞ୍ଚଳରୁ ଆଉ ୭ ଆକ୍ରାନ୍ତ ଚିହ୍ନଟ

0 178
greentech

କଟକ, (କଳିଙ୍ଗ ଜ୍ୟୋତି) ୦୧/୦୭ : କଟକ ଜିଲ୍ଲାରେ ଆଜି ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ଅଛନ୍ତି କଟକ ମହାନଗର ନିଗମ ଅଞ୍ଚଳର । କଟକ ସହରରୁ ଚିହ୍ନଟ ସମସ୍ତ ୭ଟି ଯାକ କେସ୍ ଲୋକାଲ ସଂକ୍ରମଣ ବୋଲି ସୂଚନା ମିଳିଛି ।

୭ଜଣଙ୍କ ମଧ୍ୟରୁ ୬ଜଣ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ କାଠଗଡା ସାହିର ଜଣେ ୩୩ ବର୍ଷ ବୟସ୍କା ମହିଳା, ଥୋରିଆର ସାହିର ୫୨ବର୍ଷର ପୁରୁଷ, ନୂଆପାଟଣାର ୨ ଜଣ ମହିଳା, ମଙ୍ଗଳବାଗ ଓ ଜଗତପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମହାନଦୀ ବିହାର ଅଞ୍ଚଳରୁ ମଧ୍ୟ ଜଣେ ୪୦ ବର୍ଷିୟା ଜଣେ ମହିଳା କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

18 + thirteen =

error: Content is protected !!
Open chat