
କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୨୩/୦୭: ସହରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ସହରରୁ ପୁଣି ୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନରୁ ୫୧ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
ସହରର ଖଟବିନ ସାହିରୁ ୩୨ ଜଣ, ଶଙ୍କରପୁର ସାହିରୁ ୮ ଜଣ, ମଣିସାହୁ ଛକରୁ ଜଣେ, ଥୋରିଆସାହିରୁ ଜଣେ, ସୁତାହାଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଚିନ୍ତା ବଢ଼ାଇଲା କଟକ ସହରର ଖଟବିନ ସାହି। ଏହି ସାହିରୁ ଆଜି ୩୨ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୨ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ ପିଲା, ୧୪ ପୁରୁଷ ଓ ୮ ଜଣ ମହିଳା ଅଛନ୍ତି। ଏମାନଙ୍କୁ ଏବେ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ କଟକ ମହାନଗର ନିଗମ(ସିମ୍ସି) ପକ୍ଷରୁ ଟ୍ୱିଟ୍ କରାଯାଇଛି।
ଏଥିସହ କଟକ ସହରରୁ ବର୍ତ୍ତମାନ ସୁଦ୍ଧା ୪୫୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨୫ ଜଣ ସୁସ୍ଥ ହୋଇଥିବାବେଳେ ୨୧୯ ଜଣ ଆକ୍ରାନ୍ତ ଏବେ ବି ସକ୍ରିୟ ଅଛନ୍ତି। ଏଥିସହ କଟକ ସହରରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଛି।