ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୮/୦୭ : ମୁଖ୍ୟମନ୍ତ୍ରୀ କନ୍ଧମାଳ ଏସପିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରି ତାଙ୍କୁ ଓ ତାଙ୍କ ଟିମକୁ ମାଓ ଦମନରେ ବିଶେଷ ଭୂମିକା ପାଇଁ ସାଧୁବାଦ ଜଣାଇଛନ୍ତି। କନ୍ଧମାଳ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ଦମନ କରିବା ନେଇ ଓଡ଼ିଶା ପୋଲିସର ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ଏ ଦିଗରେ ଯେତେ ପ୍ରକାର ସହଯୋଗ ଆବଶ୍ୟକ ସରକାର ତାହା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।
ଗତ ସପ୍ତାହରେ ଜିଲ୍ଲାରେ ମାଓ ଦମନ ବେଳେ ଜିଲ୍ଲା ପୋଲିସକୁ ବ୍ୟାପକ ସଫଳତା ମିଳିଥିଲା। ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ କୁଖ୍ୟାତ ମାଓ ନେତା ନିହତ ହୋଇଥିବା ବେଳେ ସେମାନଙ୍କ କ୍ୟାମ୍ପରୁ ବିପୁଳ ପରିମାଣରେ ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା।