କରୋନା ମୁକାବିଲାରେ ଓଡିଶା ରୋଲ୍ ମଡେଲ : ଟେଷ୍ଟିଂରେ ସାରା ଦେଶରେ ଦ୍ୱିତୀୟ, ଜାତୀୟ ହାରଠୁ ଅଧିକ ପରୀକ୍ଷଣ

0 320
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୧/୦୮: ଓଡିଶା କରୋନା ମୁକାବିଲାରେ ଆଗରେ ରହିଛି । ରାଜ୍ୟରେ ଟେଷ୍ଟିଂ ହାର ବୃଦ୍ଧି ପାଇଛି । କରୋନା ଟେଷ୍ଟିଂରେ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ।

କରୋନା ଟେଷ୍ଟିଂରେ ଓଡିଶା ବଡ ବଡ ରାଜ୍ୟ ପାଇଁ ରୋଲ୍ ମଡେଲ ପାଲଟିଛି । ଏଠାରେ ପ୍ରତି ୧୦ ଲକ୍ଷରେ ୧୨୬୫ ନମୁନା ପରୀକ୍ଷା କରାଯାଉଛି । ଜାତୀୟ ସ୍ତରରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୫୮୦ ଟେଷ୍ଟ୍ କରାଯାଉଛି । ଯାହା ଜାତୀୟ ହାର ତୁଳନାରେ ଢେର୍ ଅଧିକ ।

ସେହିପରି କରୋନା ସଂକ୍ରମଣ ହାର ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶା ଦେଶର ପ୍ରଥମ ୬ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଥିଲା । ସଂକ୍ରମଣ ହାର ନିୟନ୍ତ୍ରଣ ହେଉଛି ମୋଟ୍ ଟେଷ୍ଟିଂରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ହାର ନିୟନ୍ତ୍ରଣ କମ୍ ଥିଲେ ଏହାକୁ ଭଲ ବୋଲି ବିବେଚନା କରାଯାଏ ।

ଅର୍ଥାତ ରାଜ୍ୟରେ ଅଧିକରୁ ଅଧିକ କରୋନା ଟେଷ୍ଟିଂ କରାଯାଉଛି । ଦୈନିକ ପ୍ରାୟ ୫୦ ହଜାରରୁ ଅଧିକ ଟେଷ୍ଟିଂ କରାଯାଉଛି । ଗତ ୧ ସପ୍ତାହ ହେବ କରୋନା ପରୀକ୍ଷା ବଢିଛି । ଏହି ଅନୁସାରେ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି । ଅର୍ଥାତ ଯେଉଁ ପରିମାଣରେ ଟେଷ୍ଟିଂ ହେଉଛି ସେହି ଅନୁସାରେ ସଂକ୍ରମିତ କମ୍ ଚିହ୍ନଟ ହେଉଛନ୍ତି।

ଗତ ୨୦ ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରାଳର ରିପୋର୍ଟରେ, ଓଡିଶାରେ ସଂକ୍ରମଣ ନିୟନ୍ତ୍ରଣ ହାର ୬ ପ୍ରତିଶତ ରହିଥିଲା । ଯାହା ଜାତୀୟ ହାରଠୁ ଢେର୍ ଆଗରେ ରହିଛି । ଜାତୀୟ ସଂକ୍ରମଣ ନିୟନ୍ତ୍ରଣ ହାର ୮.୬୯ ପ୍ରତିଶତ ଥିଲା ।

ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରସ୍ତୁତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ କୋଭି଼ଡ୍ ପଜିଟିଭ୍ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା ପ୍ରଥମ ୬ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ଦୈନିକ ପାଖାପାଖି ୫୦ହଜାର ନମୁନା ପରୀକ୍ଷା ହେଉଥିବା ବେଳେ ଓଡ଼ିଶାରେ ଯଥେଷ୍ଟ କମ୍ ସଂଖ୍ୟକ ଲୋକଙ୍କ ପାଖରେ କରୋନା ପଜିଟିଭ୍ ଚିହ୍ନଟ କରାଯାଉଛି। ଜାତୀୟ ହାର ଏ କ୍ଷେତ୍ରରେ ୮.୬୯% ଥିବା ବେଳେ ଓଡ଼ିଶା ୬% ରହିଛି। ଅର୍ଥାତ୍ ଜାତୀୟସ୍ତରରେ ପ୍ରତି ଶହେ ଜଣରେ ୮.୬୯ ଜଣ ସଂକ୍ରମିତ ହେଉଥିବା ବେଳେ ଓଡ଼ିଶାରେ ଏହି ହାର ୬ ରହିଛି। ତାମିଲନାଡ଼ୁ (୮.୨୦%), କେରଳ (୭.୮୦%), ବିହାର (୭.୧୦%), ଆସାମ (୬.୫ ୦%)ଓ ଗୁଜୁରାଟ (୬.୪୦%)ଠାରୁ ଓଡ଼ିଶାର ପ୍ରଦର୍ଶନ ବେଶ୍ ଭଲ ରହିଛି। ଓଡ଼ିଶା ଉପରେ ଉତ୍ତରପ୍ରଦେଶ (୪.୬୦%) , ମଧ୍ୟପ୍ରଦେଶ (୪.୬୦%), ପଞ୍ଜାବ (୪.୧୦%), ରାଜସ୍ଥାନ (୪.୦୦%) ରହିଥିବା ଜଣାପଡ଼ିଛି

Leave A Reply

Your email address will not be published.

12 − eight =

error: Content is protected !!
Open chat